Friday, May 10, 2024
24.7 C
Odisha

    ୫ ତାରିଖରେ ନିଟ୍ ପରୀକ୍ଷା

    ଆଗକୁ ପଢନ୍ତୁ

    ଡାକ୍ତର ହେବା ପାଇଁ ବଢୁଛି ଆଗ୍ରହ । ୫ ତାରିଖରେ ହେବାକୁ ଯାଉଛି ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’ । ଏଥିପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ଜଣାପଡିଛି । ଗତବର୍ଷ ତୁଳନାରେ ଏହା ୪ ଲକ୍ଷ ୨୦ ହଜାର ଅଧିକ ବୋଲି ଜଣାପଡିଛି । ଯୁକ୍ତ ୨ରେ ପାଠ ପଢୁଥିବା ଶ୍ରଦ୍ଧା ସୁମନ ଓ ହିମାଂଶୁ ଶେଖର ଏବେଠାରୁ ହିଁ ଡାକ୍ତର ହେବାର ସ୍ୱପ୍ନ ଦେଖିଲେଣି । ନିଟ୍ ପାଇଁ ଏବେଠାରୁ ହେଉଛନ୍ତି ପ୍ରସ୍ତୁତ । ନିଟରେ ଭଲ ର୍ୟାଙ୍କ ରଖି ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପଢିବା ପାଇଁ ଏବେଠାରୁ ଯୋଜନା କଲେଣି । ଶ୍ରଦ୍ଧାଙ୍କ ଅଭିଭାବକ ଡାକ୍ତର ହେବାକୁ ଚାହୁଁଥିଲେ । କିନ୍ତୁ ହୋଇପାରିନଥିଲେ , ସେଥିପାଇଁ ଡାକ୍ତର ହୋଇ ବାପା-ମାଙ୍କ ଅଧା ରହିଥିବା ସ୍ୱପ୍ନ ପୁରା କରିବାକୁ ଚାହୁଁଛନ୍ତି ଶ୍ରଦ୍ଧା । ଅନ୍ୟପଟେ କରୋନା ସମୟରେ ଡାକ୍ତରଙ୍କ ନିସ୍ୱାର୍ଥପର ସେବା ଦେଖି ଏହି ବୃତି ପ୍ରତି ଆକର୍ଷିତ ହୋଇଛନ୍ତି ହିମାଂଶୁ । ତେବେ ବର୍ତ୍ତମାନ ସମୟରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଥିଲେ ବି ଡାକ୍ତର ହେବାକୁ ସ୍ୱପ୍ନ ଦେଖିଛନ୍ତି ହିମାଂଶୁ ଓ ଶ୍ରଦ୍ଧାଙ୍କ ଭଳି ଲକ୍ଷାଧିକ ଛାତ୍ରଛାତ୍ରୀ । ଅନ୍ୟବୃତ୍ତି ଅପେକ୍ଷା ଏହି ବୃତ୍ତିରେ ସମ୍ମାନ ଓ ଚାକିରି ସୁରକ୍ଷିତ ଥିବାରୁ ଡାକ୍ତର ହେବା ଅନେକଙ୍କର ପସନ୍ଦ ବୋଲି କହିଛନ୍ତି ବିଶେଷଜ୍ଞ । ଏମବିବିଏସ ଓ ବିଡିଏସ ପରି ମେଡିକାଲ ପାଠ୍ୟକ୍ରମରେ ସାରା ଭାରତରେ ପ୍ରାୟତଃ ୨ ଲକ୍ଷ ସିଟ୍ ରହିଛି । ଚଳିତବର୍ଷ ଏଥିରେ ନାମ ଲେଖାଇବାର ପ୍ରବେଶିକା ପରୀକ୍ଷା ନିଟରେ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ତେବେ ଗୋଟିଏ ସିଟ ପାଇଁ ବି ଏଥର କଡା ପ୍ରତିଯୋଗୀତା ହେବା ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    81 %
    2kmh
    21 %
    Thu
    24 °
    Fri
    39 °
    Sat
    40 °
    Sun
    40 °
    Mon
    40 °

    ସମ୍ବନ୍ଧିତ