Sunday, September 13, 2026
23 C
Odisha

    ବିଧାନସଭାରେ ଭାଷା ଆଇନ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ” ବିଧାନସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି।ସୂଚନାଯୋଗ୍ୟ ଯେ, ୧୯୪୮ ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନାଠାରୁ ଆରମ୍ଭ କରି ୧୯୫୪ ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ- ୨୦୧୮ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ୟ ଏହି ପୁସ୍ତକରେ ସ୍ଥାନିତ ହୋଇଅଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାଷାର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଆ ଭାଷା ସୁରକ୍ଷା ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ଏ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀସ୍ତରରେ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ଏହା ଦ୍ଵାରା ସମସ୍ତ ଭାଷାଭାଷୀ ଅଞ୍ଚଳ ଗୋଟିଏ ସୁତ୍ରରେ ରେ ବାନ୍ଧି ହୋଇ ଓଡ଼ିଶାର ବିକାଶରେ ଭାଗିଦାରୀ ହେବେ ବୋଲି ସେ ଆଶା ରଖିଛନ୍ତି। ପୁସ୍ତକଟି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହରଥାଙ୍କ ଦ୍ଵାରା ସମ୍ପାଦିତ ଓ ଶବ୍ଦସ୍ପର୍ଶ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ