Sunday, September 13, 2026
23.5 C
Odisha

    ଦେଖିପାରୁନାହାନ୍ତି ବୋଲି କେହି ଶୁଣିଲେନି, ହକ୍‌ ପାଇଁ ଥାନା ଆଗରେ ବସିଲେ

    ଆଗକୁ ପଢନ୍ତୁ

    ଜନ୍ମରୁ ଅନ୍ଧ। ଦୁନିଆକୁ ଦେଖି ପାରୁନାହାନ୍ତି। ସେଥିପାଇଁ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ଗୁହାରୀ କରିବାକୁ ଯାଇଥିଲେ। ହେଲେ ସେମାନଙ୍କୁ ରାତି ଅଧିଆ ଉଠାଇ ନେଲେ। ଏହା ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଶୁଣିଲାନି କମିଶନରେଟ୍‌ ପୁଲିସ୍‌। ତେଣୁ ନ୍ୟାୟ ପାଇଁ ଥାନା ଆଗରେ ବସିଛନ୍ତି ଦିବ୍ୟାଙ୍ଗ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏପରି ଖବର।

    ରାଜଧାନୀ ଭୁବନେଶ୍ୱରରେ ତିଆରି ହୋଇଛି ଭିଣ୍ଡିଂ ଜୋନ୍‌। ସେଠାରେ ଦୋକାନ ଘର ନିର୍ମାଣ କରାଯାଇ ଅସହାୟମାନଙ୍କୁ ଥଇଥାନ୍‌ କରାଯାଉଛି। ହେଲେ ଏଥିରୁ ଦିବ୍ୟାଙ୍ଗମାନଙ୍କୁ ବଞ୍ଚିତ କରାଯାଇଛି। ସେମାନଙ୍କୁ ଭୋଣ୍ଡିଂ ଜୋନ୍‌ରେ ଥଇଥାନ୍‌ କରାଯାଉ ନାହିଁ। ଏହା ବିରୋଧରେ ତାତିଥିଲେ ଦିବ୍ୟାଙ୍ଗ। ଗତ ମଙ୍ଗଳବାର ୨୦ରୁ ଅଧିକ ଦାବିଦ୍ୟାଙ୍ଗ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସ୍‌ ବାହାରେ ଧାରଣା ଦେଇଥିଲେ। ଦାବି ପୂରଣ ନହେବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ।

    ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ରାତି ଅଧିଆ ଦିବ୍ୟାଙ୍ଗମାନଙ୍କୁ ଉଠାଇ ନେଲା। ରାଜଧାନୀର ବିଭିନ୍ନ ସେଲ୍‌ଟର୍‌ ହୋମ୍‌ରେ ଅତି ଦୟନୀୟ ଭାବେ ସେମାନଙ୍କୁ ଛାଡ଼ିଦେଲେ। ସେମାନଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଯାଇଥିଲେ। ନାନା ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଦିବ୍ୟାଙ୍ଗମାନେ ଖାରବେଳନଗର ଥାନାରେ ଗତ ୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଦୁର୍ବବ୍ୟହାର କରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

    ଦିବ୍ୟାଙ୍ଗମାନେ ଗତ ୧ ତାରିଖରେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ୪ ଦିନ ବିତିବାକୁ ବସିଲାଣି। ହେଲେ ପୁଲିସ୍‌ ନା ମାମାଲା ରୁଜୁ କରୁଛି ନା ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କମିଶନରେଟ୍‌ ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ଖାରବେଳନଗର ଥାନା ଆଗରେ ଦିବ୍ୟାଙ୍ଗମାନେ ଧାରଣାରେ ବସିଛନ୍ତି। ମାମଲା ରୁଜୁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଧାରଣାରୁ ଉଠିବୁ ନାହିଁ ବୋଲି ଦିବ୍ୟାଙ୍ଗମାନେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    97 %
    1.4kmh
    100 %
    Sat
    24 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ