Friday, March 13, 2026
23.4 C
Odisha

    ରାଷ୍ଟ୍ରର ରକ୍ଷା ପାଇଁ ହିଂସା ବି ଯଥାର୍ଥ: ଯୋଗୀ ଆଦିତ୍ୟନାଥ

    ଆଗକୁ ପଢନ୍ତୁ

    ଲ‌କ୍ଷ୍ନୌ: “ହିନ୍ଦୁ ଧର୍ମ କାହାର ବିନାଶ ଚାହେଁନାହିଁ । ଦୁଃଖୀର ସେବାରେ ତୁମ ଜୀବନକୁ ସମର୍ପିତ କର । କିନ୍ତୁ ଯଦି ରାଷ୍ଟ୍ର ଓ ଧର୍ମର ସୁରକ୍ଷା ଏବଂ ନିରୀହମାନଙ୍କୁ ବଞ୍ଚାଇବା ପାଇଁ ହିଂସା କରିବାକୁ ପଡ଼େ, ତେବେ ଏହା ଯଥାର୍ଥ।” ଏଭଳି କହି ଚର୍ଚ୍ଚାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  ସୋମବାର ସେ କହିଛନ୍ତି ଯେ “ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ମୂର୍ତ୍ତି ଭାଙ୍ଗିବା ସେମାନଙ୍କର ଅଧିକାର ବୋଲି ଭାବୁଛନ୍ତି। ଏଭଳି କାର୍ଯ୍ୟକଳାପରେ ଜଡିତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ବାରାଣସୀର ସିଗ୍ରାସ୍ଥିତ ଭାରତ ସେବାଶ୍ରମ ସଂଗଠନ ଦ୍ବାରା ଆୟୋଜିତ ଦୁର୍ଗା ପୂଜା ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପଶ୍ଚିମବଙ୍ଗରେ, ଯେଉଁଠାରେ ଦେବୀ ପୂଜା କରିବାର ପରମ୍ପରା ଆରମ୍ଭ ହୋଇଥିଲା, ସେଠାରେ ସନାତନ ଧର୍ମ ଆଜି ‘ଅସହାୟ ଏବଂ ଅସୁରକ୍ଷିତ’ ଥିବା ଦେଖାଯାଉଛି | ଅନେକ ଲୋକ ଅଶାନ୍ତି ସୃଷ୍ଟି କରିବା ପାଇଁ ଜାଣିଶୁଣି ଗୋଟାଏ ପ୍ରସଙ୍ଗକୁ ଅତିରଞ୍ଜିତ କରିଥାନ୍ତି। ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କୁ ‌ଚେତାବନୀ ଦେଉଛି ଯେ, ସମୟ ଥାଉ ଥାଉ ସୁଧୁରିଯାଆନ୍ତୁ। ନଚେତ୍ ଏହାର ପରିଣାମ ଭୋଗିବାକୁ ହେବ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    20 %
    1.2kmh
    0 %
    Thu
    23 °
    Fri
    38 °
    Sat
    39 °
    Sun
    39 °
    Mon
    38 °

    ସମ୍ବନ୍ଧିତ