Sunday, February 22, 2026
33.5 C
Odisha

    କୂଳ ଲଂଘୁଛି ସମୁଦ୍ର: ବିପଦରେ ଉପକୂଳବାସୀଙ୍କ ଧନଜୀବନ

    ଆଗକୁ ପଢନ୍ତୁ

    ଭୋଗରାଇ: ଭୋଗରାଇ ଅଞ୍ଚଳରେ ବେଳାଭୂମିର ସୁରକ୍ଷା କବଚ ସାଜିଥିବା ଲୁଣା ଜଙ୍ଗଲ ସମୁଦ୍ର ଜୁଆର ମାଡ଼ରେ ଧ୍ବଂସ ହୋଇଯାଉଛି। ଫଳରେ ଗତ କିଛି ବର୍ଷ ହେଲା ବଙ୍ଗୋପସାଗରର ଉତ୍ତାଳ ତରଙ୍ଗ ଜନବସତି ଆଡ଼କୁ ମାଡ଼ି ଆସୁଛି। ଗୋଟିଏ ପଟେ ଜଙ୍ଗଲ ନଷ୍ଟ ହେବା ପରେ ସମୁଦ୍ର କୂଳ ଲଙ୍ଘୁଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି କିମ୍ବା ସୁଦୃଢ ପଥରବନ୍ଧ ନିର୍ମାଣକୁ ଗୁରୁତ୍ବ ଦେଉନି ଜିଲ୍ଲା ପ୍ରଶାସନ। ଲୁଣି ଜୁଆର ପାଣି ମାଡ଼ି ଏକର ଏକର ଚାଷଜମି କ୍ଷତିଗ୍ରସ୍ତ ହେଉଥିବା ବେଳେ ଉପକୂଳ ଗ୍ରାମବାସୀଙ୍କ ଧନଜୀବନ ମଧ୍ୟ ବିପଦରେ ରହିଛି। ସେହିପରି ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ସଂକଟରେ। ସ୍ଥିତି ଏମିତି ଯେ, ସମୁଦ୍ର ଜୁଆର ମାଡ଼ରେ ତାଳସାରୀରେ ଥିବା ହୋଟେଲଗୁଡ଼ିକ ପ୍ରତି ବିପଦ ଘନେଇବାରେ ଲାଗିଛି। ବେଳ ଥାଉ ଥାଉ ଏହାର ପ୍ରତିକାର କରାନଗଲେ ସମୁଦ୍ର ଗର୍ଭରେ ଅନେକ ଧନଜୀବନ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି।
    ପଶ୍ଚିମବଙ୍ଗ ସୀମାନ୍ତ ଭୋଗରାଇ ବ୍ଲକ୍‌ ଉଦୟପୁରଠାରୁ କୀର୍ତ୍ତନିଆ ଯାଏ ୧୬ କିମି ପରିମିତ ଉପକୂଳ ଅଞ୍ଚଳ ପ୍ରତି ବଡ଼ ବିପଦ ସାଜିଛି ବଙ୍ଗୋପସାଗର। ମୁକୁଳା ପଡ଼ିଥିବା ଏହି ବିସ୍ତୀର୍ଣ୍ଣ ଅଞ୍ଚଳରେ ବାରମ୍ବାର କୂଳ ଲଙ୍ଘୁଛି ସମୁଦ୍ର। ବିଶେଷ କରି ବାତ୍ୟା ‘ଅମ୍ଫାନ’ରେ ତାଳସାରି ବେଳାଭୂମିର ସୁବର୍ଣ୍ଣପୁର ଦ୍ବୀପରେ ଥିବା ଲକ୍ଷାଧିକ ଝାଉଁଗଛ ଭାଙ୍ଗିଯିବାରୁ ଜଙ୍ଗଲକୁ ଧ୍ବଂସ ପାଇଛି। ଫଳରେ ସମୁଦ୍ର ଜୁଆର ସିଧା ଉପକୂଳ ଅଞ୍ଚଳରେ ମାଡ଼ ହେବା ସହିତ ବେଳାଭୂମି ଅଞ୍ଚଳରେ ବ୍ୟାପକ କ୍ଷତି କରୁଛି। ଏଥି ଯୋଗୁଁ ବେଳାଭୂମିର ପର୍ଯ୍ୟଟନ ଶିଳ୍ପ ବାଧାପ୍ରାପ୍ତ ହେବା ସହିତ ସ୍ଥାନୀୟ ମାଛଧରା ଜେଟି, ହୋଟେଲ, ଦୋକାନ ଘର, ମାଛଧରା ଡଙ୍ଗା ପ୍ରଭୃତି ନଷ୍ଟ ହେଉଛି। ଦୁର୍ବଳ ସ୍ଥାନରେ ଜୁଆର ପାଣି ଜନବସତି ଆଡ଼କୁ ମାଡ଼ିଆସି ଚାଷଜମି ନଷ୍ଟ କରୁଛି। ଭୋଗରାଇ ସମୁଦ୍ର ଉପକୂଳରେ ଥିବା ସାହାବାଜିପୁର, ହୁଗୁଳି, ଗୋଛିଦାତେଘରୀ, ଶ୍ରଦ୍ଧାପୁର, କାନ୍ଥିଭଉଁରୀ, ନାରାୟଣ ମହାନ୍ତି ପଡ଼ିଆ ଓ କୁମ୍ଭୀରଗଡ଼ି ପଞ୍ଚାୟତର ଶହଶହ ଗାଁର ଲୋକମାନେ ଏବେ ସାମୁଦ୍ରିକ ଲୁଣି ଜୁଆର ପାଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି। ଉପକୂଳ ଅଞ୍ଚଳରେ ପଥରବନ୍ଧ ନିର୍ମାଣ ସହିତ ଜଙ୍ଗଲ ବିଭାଗ ସବୁଜ ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଭୋଗରାଇବାସୀ ବହୁବାର ଦାବି କରିଛନ୍ତି। ମାତ୍ର ସମସ୍ତ ଦାବି ଫାଇଲ ତଳେ ଚାପି ହୋଇରହିଛି। ଉକ୍ତ ଅଞ୍ଚଳକୁ ଏକାଧିକ ଥର ବିଭିନ୍ନ ସଚିବ ଓ ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ ମଧ୍ୟ ସମସ୍ୟା ଯଥା ପୂର୍ବଂ ତଥା ପରଂ ହୋଇ ରହିଛି। ଧନଜୀବନ ବିପନ୍ନ ପୂର୍ବରୁ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେବା ଲାଗି ଅଞ୍ଚଳବାସୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.5 ° C
    33.5 °
    33.5 °
    17 %
    3.6kmh
    0 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    35 °

    ସମ୍ବନ୍ଧିତ