Friday, March 13, 2026
22 C
Odisha

    ରାଉରକେଲାରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? କେଉଁ କେଉଁ ନେତା କରିଛନ୍ତି ଆବେଦନ?

    ଆଗକୁ ପଢନ୍ତୁ

    ରାଉରକେଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ କିଏ ହେବେ? ଏଥିପାଇଁ କେଉଁ କେଉଁ ନେତା ଆବେଦନ କରିଛନ୍ତି? ଏହାକୁ ନେଇ ଚର୍ଚ୍ଚା ଭିତରେ ସାମନାକୁ ଆସିଛି ରୋଚକ ଖବର । କଂଗ୍ରେସରୁ ଟିକେଟ ପାଇଁ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ରାଉରକେଲା ବିଜେଡିର ତିନି ସକ୍ରିୟ ସଦସ୍ୟ । ଦୁଇ ଜଣ ଦଳ ଛାଡିଥିବାବେଳେ ଆଉ ଜଣେ ଏବେ ବି ବିଜେଡି ପାଇଁ କାମ କରୁଛନ୍ତି । ହେଲେ, ବିଜେଡି ପାଇଁ କାମ କରୁଥିବାବେଳେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିବା ଆଲୋଚନାର ବିଷୟ ହୋଇଛି । ଜଗଦୀଶ ଜୟସ୍ୱାଲ, ରାଉରକେଲା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ତଥା ରାଉରକେଲା ମୁନସିପାଲିଟି ଅଂଚଳର ବିଜେଡିର ଜଣେ ସକ୍ରିୟ କର୍ମୀ । ହେଲେ, ଆଶ୍ଚର୍ଯ୍ୟଜନକ ଭାବେ ସେ କଂଗ୍ରେସରୁ ଟିକେଟ ପାଇବା ପାଇଁ ଆବେଦନ କରିଛନ୍ତି । ଏବଂ ଟିକେଟ ପାଇଲେ ନିର୍ବାଚନ ଲଢ଼ିବାକୁ ପ୍ର୍ରସ୍ତୁତି ଚଳାଇଛନ୍ତି । ବଡ କଥା ହେଉଛି, ଏକଥାକୁ କ୍ୟାମେରାସାମନାରେ ନିଜେ କହିଛନ୍ତି ଜଗଦୀଶ । ସେହିପରି ଏକଦା ରାଉରକେଲା ବିଜେଡିରେ ଅତ୍ୟନ୍ତ ପ୍ରଭାବଶାଳୀ ଥିବା ବୀରେନ୍ଦ୍ର ପଟ୍ଟନାୟକ ମଧ୍ୟ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଛନ୍ତି । ଟିକେଟ ପାଇବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସହ କଥାବାର୍ତା ଚଳାଇଛନ୍ତି । ଆଉ ଟିକେଟ ମିଳିଲେ ସେ ବିରୋଧୀଙ୍କୁ ମାତ ଦେବେ ବୋଲି କହିଛନ୍ତି । ଏପଟେ ଦିଲ୍ଲୀପ ରାୟଙ୍କ ସମର୍ଥକ କୁହାଯାଉଥିବା ମହିଳା ନେତ୍ରୀ ସବିତା ଖାତୁନ ମଧ୍ୟ କଂଗ୍ରେସରୁ ଟିକେଟ ଆଶାୟୀ ଅଛନ୍ତି । ସବିତା କଂଗ୍ରେସର ପ୍ରଗମନ ଆପରେ ଆବେଦନ କରିଛନ୍ତି । ଟିକେଟ ମିଳିଲେ ଲଢ଼େଇ କରିବେ ବୋଲି କହିଛନ୍ତି । ତେବେ କେବଳ ଏହି ତିନି ଜଣ ନୁହନ୍ତି, ଅନ୍ୟ ଦଳର ବହୁ ନେତା କଂଗ୍ରେସ ସମ୍ପର୍କରେ ଅଛନ୍ତି ଓ ସମୟ ଆସିଲେ ସାମିଲ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା । ଅନ୍ୟପଟେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା ବିଜେଡି ନେତା ।

    ଏଥର କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଦଳ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ନେତାମାନେ ଲବି କରିବା ବଦଳରେ ଟିକେଟ ପାଇଁ ଏକ ସ୍ୱତନ୍ତ୍ର ଆପ୍ ଜରିଆରେ ଆବେଦନ କରିଛନ୍ତି । ସେହି ଆପରେ ରାଉରକେଲାରୁ ପ୍ରାର୍ଥୀ ହେବାକୁ ଅନଲାଇନରେ ଏହି ତିନି ଜଣଙ୍କ ସମେତ ପ୍ରାୟ ୩୩ ଜଣ ଆବେଦନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    22 %
    1.1kmh
    0 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ