Sunday, March 29, 2026
36.6 C
Odisha

    ଏମ୍‌ଏସ୍‌ପିକୁ ଆଇନଗତ ସ୍ବୀକୃତି ଦାବି: କଂଗ୍ରେସ ସାଂସଦଙ୍କ ବିରୋଧ ପ୍ରଦର୍ଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଏମଏସପି ( ସର୍ବନିମ୍ନ ସହାୟକ ମୁଲ୍ୟ)କୁ ଆଇନଗତ ସ୍ବୀକୃତି ଦେବା  ଦାବିରେ ଆଜି କଂଗ୍ରେସ ସାଂସଦମାନେ ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି।  ଆନ୍ଦୋଳନରତ ସାଂସଦମାନେ ହାତରେ ଧରିଥିବା ବ୍ୟାନରରେ ‘ଏ ଲିଗାଲ୍‌ ଗ୍ୟାରେଣ୍ଟି ଫର୍‌ ଏମଏସପି ଫର ଫାର୍ମର୍ସ‌୍ ଆଣ୍ଡ୍‌ ଲିସନ୍‌ ଟୁ ଦେମ୍‌’ ସ୍ଲୋଗାନ୍‌ ଲେଖାଥିଲା।  ଅଜି ଅନେକ ସଂଖ୍ୟାରେ କୃଷକ ସେମାନଙ୍କ ୧୨ ଦାବି ପୂରଣ ପାଇଁ ସମ୍ଭୁ ସୀମାରେ ଏକଜୁଟ୍‌ ହୋଇ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଥିବାବେଳେ ଏହି ସମୟରେ କଂଗ୍ରେସ ସାଂସଦମାନେ ସଂସଦରେ ଆନ୍ଦୋଳନ କରିଛନ୍ତି।

    କଂଗ୍ରେସ ସାଂସଦ ଦୀପେନ୍ଦର ସିଂହ ହୁଦା କହିଛନ୍ତି, କେନ୍ଦ୍ର ସରକାର କୃଷକମାନଙ୍କ ସହ ଆଲୋଚନା କରିବା ଜରୁରୀ ହୋଇପଡ଼ିଛି।  ହୁଦା କହିଛନ୍ତି, ଶେଷ ଥର ପାଇଁ ଚାଷୀ ଆନ୍ଦୋଳନ ସମୟରେ ସରକାର ଏମ୍‌ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ ନହେବାରୁ ସେମାନେ ପୁଣିଥରେ ସମ୍ଭୁ ସୀମାରେ ଆନ୍ଦୋଳନ କରିଛନ୍ତି।  ସରକାର ଆନ୍ଦୋଳନରତ କୃଷକଙ୍କ ସହ ତୁରନ୍ତ କଥା ହେବାପାଇଁ ସେ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    16 %
    0.9kmh
    2 %
    Sun
    39 °
    Mon
    41 °
    Tue
    39 °
    Wed
    39 °
    Thu
    41 °

    ସମ୍ବନ୍ଧିତ