Tuesday, March 11, 2025
23.7 C
Odisha

    ନିମାପଡ଼ାରୁ ସୁରଙ୍କ ବଡ଼ପୁଅ ସିଦ୍ଧାର୍ଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ । ‘ପଦ୍ମ’କୁ ପର କରି ‘ହାତ’ ଧରିଥିବା ସୋନାଲୀ ସାହୁଙ୍କୁ ଖୋର୍ଦ୍ଧା ଟିକେଟ୍

    ଆଗକୁ ପଢନ୍ତୁ

    ସୁରଙ୍କ ବଡ଼ ପୁଅକୁ କଂଗ୍ରେସ ଦେଲା ଟିକେଟ୍ । ନିମାପଡ଼ା ବିଧାନସଭା ଆସନରୁ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କଲା ଦଳ । ସିଦ୍ଧାର୍ଥ ରାଉତରାୟ ସ୍ୱାଧିନ ଭାବେ ଜଟଣୀରୁ ଲଢ଼ିବାକୁ ଦମ୍ଭୋକ୍ତି ବାଢୁଥିବାବେଳେ ତାଙ୍କୁ କଂଗ୍ରେସ ନିମାପଡ଼ା ଆସନ ପାଇଁ ଟିକେଟ୍ ଦେଇଛି । ଏବେ ନିମାପଡ଼ାରେ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟ ଏବଂ ବିଜେପିର ପ୍ରଭାତୀ ପରିଡ଼ା ବିଜେଡିର ଦିଲ୍ଳୀପ ନାୟକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
    ଅନ୍ୟପଟେ ବିଜେପି ଛାଡ଼ି ପୁଣି ଘରବାହୁଡ଼ି ଥିବା ସୋନାଲୀ ସାହୁଙ୍କୁ କଂଗ୍ରେସ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଟିକେଟ୍ ଦେଇଛି । ଗତକିଛି ଦିନ ତଳେ ‘ପଦ୍ମ’କୁ ପର କରି ‘ହାତ’ ଧରିଥିବା ସୋନାଲୀଙ୍କୁ ଦଳ ଭରସା କରିଛି । ତେବେ ସୋନାଲୀ ସାହୁ ପୂର୍ବରୁ ବିଜେପିରେ ଥିବାବେଳେ ଖୋର୍ଦ୍ଧାରେ ନିଜର ସଂଗଠନକୁ ମଜବୁତ କରିଥିବା ଚର୍ଚ୍ଚା ହୁଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    25 %
    2.3kmh
    6 %
    Tue
    24 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ