Sunday, March 22, 2026
25.7 C
Odisha

    ଶୂନ୍ୟକାଳରେ ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଲା କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ଗୁରୁବାର କଂଗ୍ରେସ ପୁଣି ସଂରକ୍ଷଣ ପ୍ରସଙ୍ଗ ଉଠାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି। ୧୯୯୦ରେ ମଣ୍ଡଳ କମିଶନ ଆସିଥିଲା ସେତବେଳେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ। ୫୩% ଲୋକେ ଓବିସି ଥିଲେ।କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ୨୭% ଓବିସି ପାଇଁ ଲାଗୁ କରିଥିଲେ। ଓଡ଼ିଶା ସରକାର ଚାକିରୀ କ୍ଷେତ୍ରରେ ୨୭% ସଂରଣକ୍ଷଣ ଦେବା କଥା କିନ୍ତୁ ଦେଇନାହାନ୍ତି। ଏସସି ୮%, ଏସଟି ୧୨%, ଓବିସିକୁ ଶୂନ ପ୍ରତିଶତ ଦେଇଥିଲେ। ଏହାକୁ ସ୍ଥଗିତ କରାଯାଉ।ସମ୍ବିଧାନ ତିଆରି କରିଥିଲା କଂଗ୍ରେସ। ସେତେବେଳେ ବିଜେପି ନ ଥିଲା । ଗରିଵ ଖଟିଖିଆଙ୍କ ପାଇଁ ସଂରକ୍ଷଣ କଂଗ୍ରେସ କରିଛି । ବିଜେଡି ମଧ୍ୟ କଲାନି। ବିଜେପି ୯ ଵର୍ଷ କେନ୍ଦ୍ରରେ ଥିଲା କିନ୍ତୁ କାମ ହୋଇନି। ଏସଟି ଓବିସିକୁ ସମ୍ପୂର୍ଣ୍ଣ ସଫା କରିଦେଇଛନ୍ତି। କାଲି ମନ୍ତ୍ରୀ ସ୍ପଟ ଉତ୍ତର ରଖିଲେନି କାରଣ ତାଙ୍କ ହାତରେ କିଛି ନାହିଁ। କେବଳ ମିଛି ମୋଦି ଗ୍ୟାରେଣ୍ଟି ବୋଲି ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି।ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଆଜିଠାରୁ ନାମ ଲେଖା ସ୍ଥଗିତ କରନ୍ତୁ ନଚେତ ଗୃହ ପରିତ୍ୟାଗ କରି ରାଜ୍ୟପାଳଙ୍କୁ ଭେଟିବୁ ବୋଲି ତାରା ବାହିନୀପତି। ରୁଲିଂ ଦିଅନ୍ତୁ ନଚେତ ଭାବିବୁ ବାଚସ୍ପତି ବିଜେପିକୁ ସୁରକ୍ଷା ଦେଉଛନ୍ତି। ଏହା ସହିତ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ