Sunday, September 27, 2026
22.3 C
Odisha

    ‘କଂଗ୍ରେସ କେବଳ ଗରିବି ହଟାଓ ସ୍ଲୋଗାନ ଦେଉଥିଲା…’ : ମୋଦୀ

    ଆଗକୁ ପଢନ୍ତୁ

    କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ଜାନୁଆରୀ ୧୭) କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଗରିବୀ ହଟାଓ ସ୍ଲୋଗାନ ଦେଇଥିଲା, କିନ୍ତୁ ଆମେ (ଏ ଦିଗରେ) କାମ କରିଛୁ ଓ ଆମ କାମର ପ୍ରଭାବ ଦେଶରେ ଦେଖିବାକୁ ମିଳୁଛି ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଜେପି ସରକାରଙ୍କ ନୀତିର ପ୍ରଭାବ ଦେଶରେ ଦେଖିବାକୁ ମିଳୁଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟ ରେ କୁହାଯାଇଛି ଯେ ଗତ ୯ ବର୍ଷ ମଧ୍ୟରେ ୨୫୦ ନିୟୁତ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି । ଏହି ଦେଶରେ ପାଞ୍ଚ ଦଶନ୍ଧି ଧରି କଂଗ୍ରେସ ଭଳି ଦଳ ଗରିବୀ ହଟାଓର ସ୍ଲୋଗାନ ଦେଇଥିଲେ, କିନ୍ତୁ ଆମ ସରକାରରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା ଏକ ବଡ଼ କଥା। ବିଜୟ ଫର୍ମୁଲା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମର ସଂକଳ୍ପ ହେବା ଉଚିତ ଯେ ଆମେ ଆମର ପ୍ରତ୍ୟେକ ବୁଥରେ ଜିତିବୁ। ଯଦି ଆମେ ପ୍ରତ୍ୟେକ ବୁଥରେ ଜିତିପାରିବା, ତେବେ ଆମେ କେରଳରେ ନିର୍ବାଚନ ଜିତିପାରିବା । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ପ୍ରତ୍ୟେକ ଭୋଟରଙ୍କ ପ୍ରତି ଧ୍ୟାନ ଦେବାକୁ ପଡିବ । ସେ କହିଛନ୍ତି, ବିଜେପି ହେଉଛି ଭାରତର ଏକମାତ୍ର ଦଳ ଯାହାର ଦ୍ରୁତ ବିକାଶର ପ୍ରମାଣିତ ଟ୍ରାକ୍ ରେକର୍ଡ ରହିଛି ଏବଂ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦୃଷ୍ଟିକୋଣ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.3 ° C
    22.3 °
    22.3 °
    94 %
    1.1kmh
    12 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ