Saturday, July 27, 2024
24.6 C
Odisha

    ୧୦ ଲକ୍ଷକୁ ବଢିପାରେ ଆୟୁଷ୍ମାନ ଭାରତ ବୀମାରାଶି, ବଜେଟରେ ହୋଇପାରେ ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି। ମୋଦି ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ବର୍ତ୍ତମାନ ଏହି ବୀମା ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସୂତ୍ରରୁ ପ୍ରକାଶ ଯେ ବୀମାରାଶି ୧୦ ଲକ୍ଷକୁ ବୃଦ୍ଧି ବ୍ୟତିତ ହିତାଧିକାରୀ ସଂଖ୍ୟା ୧୦୦ କୋଟି ବ୍ୟକ୍ତିଙ୍କୁ ବୃଦ୍ଧି କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଏହା ଫଳରେ ସରକାରଙ୍କ ଉପରେ ପ୍ରତିବର୍ଷ ଅତିରିକ୍ତ ୧୨,୦୭୬ କୋଟି ଟଙ୍କାର ବ୍ୟୟଭାର ପଡ଼ିବ ।

    କ୍ୟାନସର ଓ ପ୍ରତିରୋପଣ ଭଳି ଜଟିଳ ରୋଗ ପାଇଁ ଯେପରିକି ଲୋକମାନେ ଅଧିକ ଖର୍ଚ୍ଚ କରିପାରିବେ ସେଥିପାଇଁ ସରକାର ନିଜର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ବୀମା ସୁରକ୍ଷାକୁ ଦୁଇଗୁଣା କରି ୧୦ ଲକ୍ଷ ଟଙ୍କା କରିବା  ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି । ଫେବ୍ରୁଆରି ପହିଲାରେ ଅନ୍ତରୀଣ କେନ୍ଦ୍ର ବଜେଟରେ ଏ ନେଇ ଘୋଷଣା ହେବାର ସମ୍ଭାବନା ରହିଛି। ବଜେଟରେ ଘୋଷଣା ହେବା ପରେ ବର୍ଦ୍ଧିତ ବୀମା ରାଶି ୨୦୨୪-୨୫ ଆର୍ଥିକ ବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି । ଆଗରୁ ସାଧାରଣ ନିର୍ବାଚନ ଥିବାବେଳେ ଆୟୁଷ୍ମାନ ଭାରତ ଯୋଜନାର ବୀମାରାଶି ବଢାଇ ସରକାର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ