Saturday, June 7, 2025
25.5 C
Odisha

ବିଧାନସଭା ଓ ଲୋକସଭାରେ ୩୩ ନୁହେଁ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ : ଅଳକା ଲାମ୍ବା

ଆଗକୁ ପଢନ୍ତୁ

ନବୀନ ନିବାସ ଅଭିମୁଖେ ବାହାରିଛନ୍ତି ମହିଳା ନେତା ଓ କର୍ମୀ । ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରିଛନ୍ତି କଂଗ୍ରେସର ହଜାର ହଜାର ମହିଳା ନେତ୍ରୀ ଓ କର୍ମୀ । ବିଜେଡି ଶାସନରେ ମହିଳାମାନେ ଅସୁରକ୍ଷିତ, ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ଆଣି ଘେରାଉ କରିବାକୁ ବାହାରିଛି କରିଛି କଂଗ୍ରେସ ।ଏହାପୂର୍ବରୁ କଂଗ୍ରେସ ଭବନ ସାମ୍ନାରେ ଏକ ବିଶାଳ ମହିଳା ସମାବେଶ କରାଯାଇଥିଲା । ସେହି ସଭାରେ ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା କହିଛନ୍ତି ବିଧାନସଭା ଓ ଲୋକସଭା ଆସନରେ ୫୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ କଂଗ୍ରେସ । ୩୩ ନୁହେଁ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ ଦଳ । ଏହାସହ ନାରୀ ନିର୍ଯାତନା ଓ ହିଂସା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅଳକା ଲାମ୍ବା । ନିକଟରେ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ତାଙ୍କ ପରାମର୍ଶ ଅନୁଯାୟୀ ଓଡ଼ିଶାରେ ମହିଳା ଓ କଂଗ୍ରେସର ମହିଳା ନେତ୍ରୀମାନଙ୍କୁ ରଣନୀତି ସମ୍ପର୍କରେ ଅବଗତ କରାଯିବ ବୋଲି ଅଳକା ଲାମ୍ବା କହିଛନ୍ତି । ସେହିପରି ମହିଳା କଂଗ୍ରେସର ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ବସି ଏହାକୁ ପୁର୍ନଗଠନ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
25.5 ° C
25.5 °
25.5 °
73 %
1.5kmh
70 %
Sat
39 °
Sun
40 °
Mon
42 °
Tue
43 °
Wed
37 °

ସମ୍ବନ୍ଧିତ