Friday, March 20, 2026
31 C
Odisha

    ୟୁଏଇରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ ଆଜି; ଉଦ୍‌ଘାଟନ କରିବେ ମୋଦୀ

    ଆଗକୁ ପଢନ୍ତୁ

    ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିରେ ନିର୍ମିତ ମନ୍ଦିରର ଉଦଘାଟନ କରିବାକୁ ଗତକାଲିଠାରୁ ୟୁଏଇରେ ପହଞ୍ଚିଛନ୍ତି। ୨୭ ଏକର ଜମିରେ ନିର୍ମିତ ଏହା ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ହେବ, ଯେଉଁଥିରେ ଭାରତୀୟ ସଂସ୍କୃତି ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପରିଚୟର ଏକ ନିଆରା ମିଶ୍ରଣ ରହିଛି। ୭୦୦ କୋଟି ଟଙ୍କାରେ ମନ୍ଦିର ନିର୍ମିତ ଗୋଲାପୀ ରଙ୍ଗ ମାର୍ବଲ ପଥରରେ ତିଆରି କରାଯାଇଛି। ତେବେ ମନ୍ଦିର ଉଦଘାଟନ ଉତ୍ସବରେ ସାମିଲ ହେବା ସହ ୟୁଏଇ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦୀ।ବିଦେଶ ମାଟିରେ ଦେଖିବାକୁ ମିଳିବ ଭାରତୀୟ ସଂସ୍କୃତି ପରାମ୍ପରା ଐତିହ୍ୟର ଝଲକ। ୟୁଏଇ ଏକ ମୁସଲିମ ବହୁଳ ଦେଶ ହୋଇଥିବା ବେଳେ ଏଠା‌ରେ ଏକ ବିଶାଳ ହିନ୍ଦୁ ମନ୍ଦିର ନିର୍ମାଣ ହେବା କଥା ସଭିଙ୍କୁ ଚକିତ କରିଛି।

    ମଙ୍ଗଳବାର ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆବୁଧାବିର ପହଁଚିବା ପରେ ୟୁଏଇ ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦୀ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ନିରାପତ୍ତା, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ରାଷ୍ଟ୍ର୍ରନେତାଙ୍କୁ ଭେଟିବା ସହ ନୈଶ୍ୟଭୋଜିରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦି ଓ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନାଙ୍କୁ ଆବୁଧାବିରେ ଭେଟିବା କାର୍ଯ୍ୟକ୍ରମ ରହିଛି । ପରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31 ° C
    31 °
    31 °
    32 %
    3.4kmh
    68 %
    Fri
    32 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ