Saturday, October 3, 2026
23.8 C
Odisha

    ଦ୍ବିତୀୟ ଦିନରେ ଚାଷୀମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ, ସୀମାରେ କଡ଼ା ସୁରକ୍ଷା

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ବିଭିନ୍ନ ଦାବି ନେଇ ଗତକାଲିଠାରୁ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ପଞ୍ଜାବ-ହରିଆଣା ସୀମାରେ ଗତକାଲି ପୁଲିସ ସହିତ ସଂଘର୍ଷ ହୋଇ ଅସନ୍ତୋଷ ପ୍ରକାଶ ପାଇଥିବା ସତ୍ତ୍ବେ କୃଷକମାନେ ବୁଧବାର ଦିନ ଦିଲ୍ଲୀ ଅଭିମୁଖେ ପୁଣି ଯାତ୍ରା ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନ ଫଳରେ ପଞ୍ଜାବ-ହରିଆଣା ସୀମାର ସମ୍ଭୁଠାରେ ଶହ ଶହ ଟ୍ରାକ୍ଟର ଟ୍ରଲି ଧାଡ଼ି ‌ହୋଇ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ସତ୍ତ୍ବେ ଚାଷୀମାନେ ପୁଲିସ୍‌ ବ୍ୟାରିକେଡ୍‌ ଭଙ୍ଗ କରିଥିବା ଦେଖିବାକୁ ମିଳିଛି। ଫଳରେ ଗତକାଲି ପରି ଆଜି ମଧ୍ୟ ପୁଲିସ୍ ଟିୟର୍‌ ଗ୍ୟାସ୍‌ ବା ଲୁହ ବୁହା ଗ୍ୟାସ୍‌ ପକାଇ ପରିସ୍ଥିିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ କୃଷକମାନେ ‘ଦିଲ୍ଲୀ ଚଲୋ’ ଆନ୍ଦେଳନ ଜାରି ରଖିଥିବା ବେଳେ ପଞ୍ଜାବ-ହରିଅ‌ାଣା ସୀମାରେ ଗଣ୍ଡଗୋଳ ଉପୁଜିଥିଲା।

    ଉ‌ଲ୍ଲେଖଯୋଗ୍ୟ, ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ