Thursday, September 19, 2024
25.2 C
Odisha

    ଏସଟିଏ ଓ ଘରୋଇ ବସ୍ ମାଲିକ ସଙ୍ଘ ମଧ୍ୟରେ ସମନ୍ୱୟ ବୈଠକ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/କଟକ : ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ଓ ଘରୋଇ ବସ୍ ମାଲିକ ସଙ୍ଘ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାଧିକରଣର ବରିଷ୍ଠ ଅଧିକାରୀ ଓ ବସ୍ ମାଲିକ ସଙ୍ଘର ପଦାଧିକାରୀମାନେ ସାମିଲ ହୋଇଥିଲେ । ଏହି ବୈଠକରେ ବସ୍ ମାଲିକମାନେ ନିଜର ସମସ୍ୟା ଉପସ୍ଥାପିତ କରିଛନ୍ତି । ତେବେ ଯାତ୍ରୀଙ୍କ ନିକଟରୁ ବସ୍ ସେବା ସମ୍ବନ୍ଧରେ ଆସୁଥିବା ଅଭିଯୋଗ ଓ ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି ।

    ମୋଟର ଯାନ ଆଇନର ସଠିକ ଅନୁପାଳନ, ଫିଟନେସ ଯାଞ୍ଚ ବେଳେ ଅଧିକ ଦାୟିତ୍ୱବାନ ହେବାକୁ ସମସ୍ତ ଆରଟିଓ ଓ ଏମଭିଆଇମାନଙ୍କୁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ କିଛି ବସ୍ ମାଲିକ ଆପତ୍ତି ଉଠାଇଥିଲେ । ଏହା ଉପରେ ସ୍ପଷ୍ଟତା ରଖି ପରିବହନ ଆୟୁକ୍ତ କହିଛନ୍ତି, ଫିଟନେସକୁ ନେଇ ଚେକଲିଷ୍ଟରେ କୌଣସି ନୂଆ କଥା ଯୋଡ଼ା ଯାଇନାହିଁ । ତେଣୁ ବସ୍ ମାଲିକମାନେ ଏହାକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଆଇନର ସଠିକ୍ ଅନୁପାଳନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । କାରଣ ଯାତ୍ରୀ ସୁରକ୍ଷା ହେଉଛି ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ବିଷୟ । ଏହାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇପାରିବ ନାହିଁ । ସଡ଼କ ସୁରକ୍ଷା ଭଳି ଗମ୍ଭୀର ପ୍ରସଙ୍ଗରେ ସମସ୍ତ ସହଯୋଗ କରିବାକୁ ସେ ବସ୍ ମାଲିକ ସଙ୍ଘକୁ ଅନୁରୋଧ କରିଛନ୍ତି ।

    ଅନ୍ୟପକ୍ଷରେ, ବସ୍ ମାଲିକ ସଙ୍ଘ ପକ୍ଷରୁ ପକ୍ଷରୁ ଲକ୍ଷ୍ମୀ ବସ୍, ମୋ ବସ୍ ଆଦି ପ୍ରସଙ୍ଗ ମଧ୍ୟ ଉତ୍ଥାପନ କରାଯାଇଥିଲା । ବସ୍ ମାଲିକ ସଙ୍ଘର ସମସ୍ୟା ସମାଧାନ କରିବାକୁ ପଦକ୍ଷେପ ନେବେ ବୋଲି ଶ୍ରୀ ଠାକୁର କହିଥିଲେ । କଟକରେ ଆୟୋଜିତ ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଶତାଧିକ ବସ୍ ମାଲିକମାନେ ସାମିଲ ହୋଇଥିଲେ । ଘରୋଇ ବସ୍ ମାଲିକ ସଙ୍ଘ ପକ୍ଷରୁ ସଭାପତି ଲୋକନାଥ ପାଣି, ଦେବେନ୍ଦ୍ର ସାହୁ ବରଦା ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ସେହଭଳି ଏସଟିଏ ସଚିବ ଚିନ୍ମୟୀ ବିଶ୍ୱାଳ, ଅତିରିକ୍ତ ପରିବହନ ଆୟୁକ୍ତ ଇନ୍ଦ୍ରମଣି ନାୟକ, ଲାଲମୋହନ ସେଠୀ, ଦୀପ୍ତି ରଂଜନ ପାତ୍ର, ଯୁଗ୍ମ ପରିବହନ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି, ଉପ ଆୟୁକ୍ତ ବିରଞ୍ଚି ନାରାୟଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ