Sunday, October 4, 2026
29.6 C
Odisha

    ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ହଟାଇଲେ କୋର୍ଟ

    ଆଗକୁ ପଢନ୍ତୁ

    ବ୍ୟାଙ୍କକ: ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଥାଇଲାଣ୍ଡର ସାମ୍ବିଧାନିକ କୋର୍ଟ ଆଜି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣଙ୍କ ନାମରେ ଅପରାଧିକ ମାମଲା ଚାଲିଥିବାବେଳେ ତାଙ୍କୁ ନିଯୁକ୍ତି ଦେଇଥିବାରୁ ଶ୍ରେଥା ଥାଭିସିନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ବ୍ୟାଙ୍କକରେ ଥିବା ସାମ୍ବିଧାନିକ କୋର୍ଟ ବୁଧବାର ଦିନ ରାୟ ଦେଇଛନ୍ତି ଯେ ଶ୍ରେଥାଙ୍କର ଜଣେ ସମ୍ପର୍କୀୟଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯାଇଛି | ଯେଉଁ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଛି ସେହି ବ୍ୟକ୍ତି ଜେଲରେ ଦଣ୍ଡ ଭୋଗୁଥିଲେ ଏବଂ ଜଣେ ଓକିଲ ଥିଲେ। କୋର୍ଟ ଏହି ମାମଲାକୁ ନୈତିକତା ନିୟମର ଉଲ୍ଲଂଘନ ବୋଲି କହିଛନ୍ତି। କୋର୍ଟର ୯ ଜଣ ବିଚାରପତିଙ୍କ ମଧ୍ୟରୁ ୫ ଜଣ ଶ୍ରେଥା ଏବଂ ତାଙ୍କ କ୍ୟାବିନେଟକୁ ବରଖାସ୍ତ କରିବାକୁ ମତ ଦେଇଥିଲେ।କୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ‘ଭଲଭାବେ ଜାଣିଥିଲେ ଯେ ସେ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିଛନ୍ତି ଯାହାର ନୈତିକ ଅଖଣ୍ଡତା ଅଭାବ ରହିଛି।’ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ରିପୋର୍ଟ ଅନୁଯାୟୀ, ଏକ ସପ୍ତାହ ପୂର୍ବରୁ କୋର୍ଟ ମୁଖ୍ୟ ବିରୋଧୀ ଦଳ ମୁଭ୍ ଫରୱାର୍ଡ ପାର୍ଟି (MFP)କୁ ଭଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହାର ପୂର୍ବତନ ନେତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ରାଜନୀତିରୁ ବାରଣ କରାଯାଇଥିଲା। ଏବେ ଏକ ସପ୍ତାହ ପରେ କୋର୍ଟ ନିଜେ ପ୍ରଧାନମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି। ଗତ ଦୁଇ ଦଶନ୍ଧି ଧରି ଥାଇଲ୍ୟାଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ କୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ଥାଇଲ୍ୟାଣ୍ଡରେ ପୁଣି ଥରେ ରାଜନୈତିକ ଅସ୍ଥିରତା ଶିଖରରେ ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ