Sunday, April 5, 2026
25.5 C
Odisha

    CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ଆବେଦନର ସମୟ ସୀମା ବୃଦ୍ଧି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।  ଆବେଦନର ସମୟ ସୀମାକୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    ସୂଚନା ଅନୁସାରେ, CPET ପରୀକ୍ଷା ଆବେଦନ ପାଇଁ ମାର୍ଚ୍ଚ ୧୫ ତାରିଖ ଶେଷ ତାରିଖ ରହିଥିଲା। ବର୍ତ୍ତମାନ ଛାତ୍ରୀଛାତ୍ରମାନେ ରାତି ୧୮ ତାରିଖ ୧୧ଟା୪୫ ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ ଫର୍ମ ପୂରଣ କରିପାରିବେ । ଛାତ୍ରୀଛାତ୍ରମାନଙ୍କ ଦୃଷ୍ଟିକୁ ଦେଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ପ୍ରଥମେ ଛାତ୍ରୀଛାତ୍ରମାନଙ୍କୁ CPET ପରୀକ୍ଷା ଦେବାକୁ ପଡ଼ିବ । ଏପ୍ରିଲ ମାସ ୨୭ ତାରିଖରୁ ମେ’ ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ମାର୍କ ଆଧାରରେ ଛାତ୍ରୀଛାତ୍ରମାନଙ୍କୁ ପାଠ୍ୟକ୍ରମ ପାଇଁ ଚୟନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ