Saturday, September 26, 2026
23.8 C
Odisha

    ସାନଭାଇକୁ ମାରିବା ପାଇଁ ସୁପାରି ଦେଇଥିଲା ବଡ଼ଭାଇ

    ଆଗକୁ ପଢନ୍ତୁ

    ବାଲେଶ୍ଵର:ସମ୍ପତ୍ତି ପାଇଁ ଭାଇ ହେଲା ଭଗାରି। ସାନଭାଇକୁ ମାରିବା ପାଇଁ ସୁପାରି ଦେଇଥିଲା ବଡ଼ ଭାଇ। ୫ଦିନ ପରେ ପରିତ୍ୟକ୍ତ ଖାଦାନରୁ ମିଳିଲା ନିଖୋଜ ଭାଇର ମୃତଦେହ। ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡ ପଛରେ ଥିବା ଏକ ଲୋମଟାଙ୍କୁରା କାହାଣୀ ଏବେ ସାମ୍ନାକୁ ଆସିଛି। ସାନ ଭାଇକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ବଡ଼ ଭାଇ। ସୁପାରି କିଲରକୁ ୧ଲକ୍ଷଟଙ୍କା ଦେଇଥିଲେ ଭାଇଭାଉଜ। ଅନ୍ୟପଟେ ସାଙ୍ଗକୁ ହତ୍ୟା କରାଯିବାବେଳେ ଦେଖିଦେବାରୁ ସାଙ୍ଗର ତଣ୍ଟି ଚିପି ମାରିଛି ସୁପାରି କିଲର। ଗତ ୫ଦିନ ଧରି ୨ ସାଙ୍ଗଙ୍କ ନିଖୋଜକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟସୃଷ୍ଟି ହୋଇଥିଲା। ଦୀର୍ଘ ୫ଦିନ ପରେ ଆଜି ମୃତଦେହ ମିଳିବା ପରେ ସାମ୍ନାକୁ ଆସିଛି ଘଟଣା ପଛର ଲୋମଟାଙ୍କୁରା ସତ । ଟଙ୍କା ନେଣଦେଣକୁ ନେଇ ସାନ ଭାଇକୁ ହତ୍ୟା କରିଥିଲା ବଡ଼ ଭାଇ। ପୁଲିସ ଆଗରେ ଅପରାଧୀ ସବୁ ସତ ସ୍ବୀକାର କରିବାପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏସପି ସାଗରିକା ନାଥ। ଟଙ୍କା ନେଣଦେଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳହ। ୫ମାସ ଧରି ସାନ ଭାଇକୁ ମାରିବାକୁ ଷଡ଼୍‌ଯନ୍ତ୍ର ରଚୁଥିଲା ବଡ଼ ଭାଇ। ଭୋଜି କରିବା ବାହାନା ଦେଖାଇ ସାନ ଭାଇକୁ ଡାକିଥିଲା ବଡ଼ଭାଇ। ଆଉ ସମୟଦେଖି ତେଲେଙ୍ଗା କଟୁରୀରେ ପୂର୍ବ ଯୋଜନାମୂତାବକ ହତ୍ୟା କରିଛି ସୁପାରି କିଲର । ଏସପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ ଏହି ଘଟଣାରେ ମୋଟ ଜଣେ ମହିଳାଙ୍କ ସମେତ ମୋଟ ୬ଜଣଙ୍କ ସମ୍ପୃକ୍ତି ରହିଛି। ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲେଶ୍ୱର ପୁଲିସ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ