Sunday, October 4, 2026
24.3 C
Odisha

    ଅପରାଧୀକୁ ୩ ମାସରେ ଫାଶୀ ମିଳୁ: ମମତା

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ୍‌ କଲେଜ ହସ୍ପିଟାଲ୍‌ର‌ ଜଣେ ମହିଳା ରେସିଡେଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ ଓ ଅମାନୁଷିକ ହତ୍ୟା ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ଥମି ନଥିବା ବେଳେ ଶୁକ୍ରବାର ରାତିରେ ଜଣେ ୧୧ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ଦକ୍ଷିଣ ୨୪ ପ୍ରଗଣାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ମାମଲାର ଅଭିଯୁକ୍ତ ମୋସ୍ତାକିନ୍‌ ସର୍ଦ୍ଦାର‌ ‌କହିଛି ଯେ ସେ ଦୁଷ୍କର୍ମ କରିନାହିଁ କିନ୍ତୁ ଦୁଷ୍କର୍ମ ଉଦ୍ୟମ ପରେ ନାବାଳିକାକୁ ହତ୍ୟା କରିଛି। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସକୁ ପୋକ୍‌ସୋ ଆଇନରେ ଅପରାଧୀ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେବା ସହ ୩ ମାସ ମଧ୍ୟରେ ଫାଶୀ ଦଣ୍ଡ ଯେଭଳି ମିଳିବ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି।
    ଦୁଷ୍କର୍ମ ନୁହେଁ, କେବଳ ହତ୍ୟା କରିଥିଲି: ଅଭିଯୁକ୍ତ ମୋସ୍ତାକିନ୍‌

    ୨୪ ପ୍ରଗଣା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

    ସୂଚନାଯୋଗ୍ୟ, ଗତକାଲି ନାବାଳିକାଙ୍କ ମୃତଦେହ କେନାଲ୍‌ରୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପୁଲସ ନିଷ୍କ୍ରିୟତା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ଉତ୍ତେଜିତ ଭିଡ଼ ପୁଲିସ ଫାଣ୍ଡିରେ ନିଆଁ ଲଗାଇଦେବା ସହ ସେଠାରେ ଥିବା ଅନେକ ଯାନବାହନ ପୋଡ଼ିଦେଇଥିଲେ। ମହିଳାମାନେ ହାତରେ ଲାଠି, କାତି କୁରାଢ଼ି ଆଦି ଧରି ରାସ୍ତାରେ ରାଲି କରିଥିଲେ। ହିଂସାତ୍ମକ ପ୍ରତିବାଦ ବଢ଼ିବା ପରେ ରୢାପିଡ୍‌ ଆକ୍ସନ୍‌ ଫୋର୍ସ (ଆର୍‌ଏଫ୍‌) ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପ୍ରତିବାଦକାରୀଙ୍କ ଉପରେ ଲୁହବୁହା ଗ୍ୟାସ ଓ ଲାଠିମାଡ଼ ହୋଇଥିଲା। ସଂପ୍ରତି ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି। ରାଜ୍ୟପାଳ ଆନନ୍ଦ ବୋଷ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିରୋଧୀ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସକୁ ଏହି ଘଟଣା ନିମନ୍ତେ ଦାୟୀ କରିଛି।

    ପୁଲିସ ସୂଚନାନୁସାରେ, ଜେରା ବେଳେ ଅଭିଯୁକ୍ତ ମୋସ୍ତାକିନ୍‌ କହିଛି ଯେ ଘଟଣାଦିନ ରାତି ପ୍ରାୟ ସାଢ଼େ ୭ଟାରେ ନାବାଳିକା ଜଣକ ଟ୍ୟୁସନ୍‌ରୁ ଫେରୁଥିଲା। ତାକୁ ଘରେ ଛାଡ଼ିଦେବାର ପ୍ରତିଶ୍ରୁତି ଦେଇ ଏକ ନିଛାଟିଆ ଫାର୍ମକୁ ନେଇଯାଇଥିଲା। ସେଠାରେ ସେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ନାବାଳିକା ଚିତ୍କାର କରିବା ଆରମ୍ଭ କରିବାରୁ ସେ ଧରାପଡ଼ିଯିବା ଭୟରେ ନାବାଳିକାର ତଣ୍ଟିଚିପି ହତ୍ୟା କରିଥିଲା ଓ ମୃତଦେହକୁ ନିକଟସ୍ଥ କେନାଲ୍‌ରେ ଫିଙ୍ଗି ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ