Sunday, October 4, 2026
24.3 C
Odisha

    ମମତା ସରକାରଙ୍କ ଅଡ଼ୁଆ ବଢ଼ିଲା: ଆମରଣ ଅନଶନରୁ ହଟିବେନି ଡାକ୍ତର

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ ଏବେ ନୂଆମୋଡ଼ ନେଇଛି। ଶନିବାର ସନ୍ଧ୍ୟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଥିବା ଡାକ୍ତରମାନେ ଆଜି ସ୍ପଷ୍ଟ କରିଛନ୍ତି ଯେ ସରକାର ସେମାନଙ୍କ ଦାବି ନେଇ ଛଳାନାତ୍ମକ ନୀତିରେ କାମ କରୁଥିବାରୁ ସେମାନେ ଏହାର ପ୍ରତିବାଦ ଜାରି ରଖିବେ। ସରକାର ବାସ୍ତବରେ ଦାବି ପୂରଣ ନେଇ କୌଣସି ଆନ୍ତରିକତା ଦେଖାଉନଥିବାରୁ ପ୍ରତିବାଦ ହିଁ ଏକମାତ୍ର ପନ୍ଥା ବୋଲି କନିଷ୍ଠ ଡାକ୍ତରମାନେ କହିଛନ୍ତି।
    ଦୁଇଦିନ ତଳେ ଡାକ୍ତରମାନେ କୋଲକାତାର ଡୋରିନା ଛକରେ ଧାରଣା ଦେବା ସହ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟିଆ ସମୟ ସୀମା ଦେଇଥିଲେ। ତେବେ ଏହି ସମୟ ମଧ୍ୟରେ ସରକାରଙ୍କ ପକ୍ଷରୁ ଡାକ୍ତରଙ୍କୁ କୌଣସି ଆଶ୍ବାସନା ଦିଆଯାଇନଥିବାରୁ ଡାକ୍ତରମାନେ ଶନିବାର ସନ୍ଧ୍ୟାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଉପବାସ ସମୟରେ ଯଦି କୌଣସି ଡାକ୍ତର ଅସୁସ୍ଥ ହୁଅନ୍ତି ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଡାକ୍ତରମାନେ କହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପୁଲିସ ସେମାନଙ୍କୁ ବିକ୍ଷୋଭ ପାଇଁ ମଞ୍ଚ ସ୍ଥାପନ କରିବାକୁ ଅନୁମତି ଦେଉନଥିଲା ଏବଂ ସେମାନଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଥିଲା।

    କୋଲକାତା ପୋଲିସ କହିଛି ଯେ ଏହି ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଘଟଣାରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଡାକ୍ତରଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା, ସମଗ୍ର ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ପ୍ରଶାସନିକ ଅପାରଗତା ଓ ଦୁର୍ନୀତି ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଇବା, ସ୍ଥାୟୀ ମହିଳା ପୁଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ନିଯୁକ୍ତି ଦେବା ଆଦି ଦାବି ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ