Monday, March 23, 2026
20.3 C
Odisha

    କାନ୍ଥ ଉପରେ ବାଘ ଦେଖିବାକୁ ଲୋକଙ୍କ ଭିଡ଼

    ଆଗକୁ ପଢନ୍ତୁ

    ପିଲିଭିତ: ଉତ୍ତରପ୍ରଦେଶର ପିଲିଭିତ ସ୍ଥିତ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ବାଘ ରାତି ପ୍ରାୟ ୨ଟାବେଳେ ଆଟକୋନା ଗାଁକୁ ପ୍ରବେଶ କରିଥିଲା। ଏହା ଏକ ଗୁରୁଦ୍ୱାରାର ପାଚେରି ଉପରେ ଯାଇ ବସିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେବା ପରେ ସେମାନେ ଜାଲ ସାହାଯ୍ୟରେ ସୁରକ୍ଷା ବଳୟ ସୃଷ୍ଟି କରିଥିଲେ। ଏହାକୁ ଦେଖିବା ପାଇଁ ଲୋକମାନେ ମଧ୍ୟ ଭିଡ଼ ଜମାଇଛନ୍ତି।ଭିଡିଓରେ ଦେଖିବାକୁ ମିଳୁଛି ଯେ ବାଘଠାରୁ ମାତ୍ର କିଛି ମିଟର ଦୂରରେ ସ୍ଥାନୀୟ ଲୋକେ ଜମା ହୋଇଥିଲେ। ଏହି ବାଘର ଝଲକ ଦେଖିବା ପାଇଁ ଅନେକ ଲୋକ ଗୁରୁଦ୍ୱାରା ନିକଟରେ ଥିବା ଘରର ଛାତ ଉପରକୁ ଚଢ଼ିଯାଇଥିବା ବେଳେ ଆଉ କେତେଜଣ ସୁରକ୍ଷା ଜାଲ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଡିସେମ୍ବର ୨୬ରେ ସେୟାର ହେବା ପରେ ଏହାକୁ ୧.୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏପରିକି ଅନେକ ଲୋକ ଭିଡିଓର କମେଣ୍ଟ ସେକ୍ସନରେ ନିଜର ମତାମତ ଦେଇଥିଲେ। କେହି କେହି ବାଘକୁ ତା’ର ପ୍ରାକୃତିକ ବାସସ୍ଥଳୀକୁ ସୁରକ୍ଷିତ ଫେରିବା ଉପରେ ଗୁରୁତ୍ବ ଦେଇଥିବା ବେଳେ ଆଉ କେହି ବାଘଟି ଅସୁସ୍ଥ ଥାଇପାରେ ବୋଲି ଅନୁମାନ କରୁଛନ୍ତି। ବନ ବିଭାଗ ନିଶ୍ଚେତକ ଦେଇ ବାଘଟିକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛି ଓ ବାଘ ଦ୍ବାରା କେହି ମୃତାହତ ହୋଇନ‌ାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ