Tuesday, April 29, 2025
25.8 C
Odisha

    CUET PG 2025: ମାର୍ଚ୍ଚ 13ରୁ ଆରମ୍ଭ ହେବ ପରୀକ୍ଷା, 1 ତାରିଖ ଆବେଦନର ଶେଷ ତାରିଖ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସ୍ନାତକୋତ୍ତରରେ ନାମଲେଖା ପାଇଂ ସର୍ବଭାରତୀୟ ସ୍ତରରେ ହେବ ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା । ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ 13 ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଏନେଇ ସମସ୍ତ ସୂଚନା www.nta.ac.in ରେ ଉପଲବ୍ଧ ରହିଛି ।ଫେବୃଆରୀ 1 ତାରିଖ ଯାଏଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଓ୍ବେବସାଇଟରେ ଆବେଦନ ଚାଲିବ । ଏହି ପରୀକ୍ଷାରେ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ବିଭିନ୍ନ ରାଜ୍ୟ ବିଶ୍ବବିଦ୍ୟାଳୟ ଏବଂ ବେସରକାରୀ ବିଶ୍ବବିଦ୍ୟାଳୟମାନେ ମଧ୍ୟ ଭାଗ ନେଇଛନ୍ତି । ଫେବୃଆରୀ 1 ତାରିଖ ଆବେଦନର ଶେଷ ତାରିଖ ରହିଥିବା ବେଳେ 2 ତାରିଖ ଯାଏଁ ପରୀକ୍ଷା ଫି ବାନ୍ଧି ପାରିବେ ।

    ଏହାପରେ ଫର୍ମ ପୂରଣ ସଂଶୋଧନ ମଧ୍ୟ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତା 3ରୁ 5 ତାରିଖ ଯାଏଁ ଏହି ସୁଯୋଗ ମିଳିବ । ଅନ୍ୟପଟେ ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା କେନ୍ଦ୍ରର ନାମ ଘୋଷଣା କରାଯିବ ।ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ରର ସହରର ନାମ ଘୋଷଣା କରାଯିବ । ମାର୍ଚ୍ଚ 13ରୁ 31 ଯାଏଁ ପରୀକ୍ଷା କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    52 %
    2kmh
    7 %
    Mon
    26 °
    Tue
    40 °
    Wed
    39 °
    Thu
    38 °
    Fri
    38 °

    ସମ୍ବନ୍ଧିତ