Friday, August 15, 2025
24.9 C
Odisha

    ପାରାଦୀପଠାରୁ ୫୬୦ କିମି ଦୂରରେ ବାତ୍ୟା ; ଘନୀଭୂତ ହୋଇ ଛୁଇଁବ ସ୍ଥଳଭାଗ

    ଆଗକୁ ପଢନ୍ତୁ

    ଆଜି ସକାଳ ପାଖାପାଖି ୫ଟା ସୁଦ୍ଧା ବାତ୍ୟାରେ ପରିଣତ ହୋଇଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବାତ୍ୟା ଏବେ ପାରାଦୀପଠାରୁ ୫୬୦ କିଲୋମିଟର ଦୂରରେ ଦକ୍ଷିଣ ପୂର୍ବ ଦିଗରେ ଥିବାବେଳେ , ପଶ୍ଚିମବଙ୍ଗ ସାଗରଦୀପଠାରୁ ୬୩୦ କିଲୋମିଟର ଦୂର ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ, ଏବଂ ବାଂଲାଦେଶ ଖେପୁପୁରାଠାରୁ ୬୬୦ କିଲୋମିଟର ଦୂରରେ ରହିଛି ।

    ଏବେ ବାତ୍ୟା ‘ଦାନା’ର ଗତିପଥ ଉତ୍ତର- ପଶ୍ଚିମ ଦିଗ ଆଡକୁ ରହିଛି । ଏହା କ୍ରମେ ଘନୀଭୂତ ହୋଇ ପଶ୍ଚିମବଙ୍ଗର ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏହା ଗତି କରି କାଲି ସକାଳ ସୁଦ୍ଧା ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟ ଦେଇ ଅତିକ୍ରମ କରିବ । ଏହାପରେ ୨୪ ତାରିଖ ରାତିରେ ଏହା ପୁରୀ- ସାଗର ଦୀପ ଦେଇ ଗତି କରିବା ନେଇ ସୂଚନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    94 %
    1.1kmh
    90 %
    Fri
    25 °
    Sat
    30 °
    Sun
    30 °
    Mon
    28 °
    Tue
    29 °

    ସମ୍ବନ୍ଧିତ