Saturday, October 10, 2026
23.6 C
Odisha

    ପୁଣେରେ ଏକାବେଳେ ୧୦ଟି ସିଲିଣ୍ଡର ବିସ୍ଫୋରଣ

    ଆଗକୁ ପଢନ୍ତୁ

    ପୁଣେ: ମହାରାଷ୍ଟ୍ରର ପୁଣେ ସହରରୁ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ବିମାନ ନଗର ଅଞ୍ଚଳରେ ଥିବା ସିମ୍ବାୟୋସିସ୍ କଲେଜ ନିକଟରେ ଏହା ସମୟରେ ୧୦ରୁ ୧୨ଟି ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଫଳରେ ସଂପୃକ୍ତ ଅଞ୍ଚଳରେ ନିଆଁ ଲାଗିଯାଇଛି ।

    ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୦୦ଟି ଏଲପିଜି ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଏକ ନିର୍ମାଣାଧୀନ ଅଂଚଳରେ ରଖାଯାଇଥିଲା। ଏହି ୧୦୦ଟି ଏଲପିଜି ସିଲିଣ୍ଡର ମଧ୍ୟରୁ ୧୦ଟି ସିଲିଣ୍ଡର ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି କିମ୍ବା ଜୀବନହାନୀର ଖବର ନାହିଁ ବୋଲି ପୁଣେ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନାପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୩ଟି ଗାଡ଼ି ପହଞ୍ଚି ନିଆଁ ଲିଭା କାମରେ ନିୟୋଜିତ ରହିଛି ।

    ନିକଟରେ ନାଗପୁରର ଭିସିଏ ଷ୍ଟାଡିୟମ ନିକଟରେ ଏପରି ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏହି ବେଲୁନ୍ ସିଲିଣ୍ଡର ବିସ୍ଫୋରଣରେ ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ଏଥିରେ ଦୁଇ ଜଣ ନାବାଳିକା ମଧ୍ୟ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ବେଲୁନ୍ ବିକ୍ରେତା ଫେରାର ହୋଇଯାଇଥିଲା। ମୃତ ଶିଶୁର ନାମ ଶିଜାନ୍ ଆସିଫ୍ ଶେଖ୍ ବୋଲି ଜଣାପଡ଼ିଛି। ଆହତମାନେ ହେଲେ ଅନମତ ଆସିଫ ଶେଖ୍ ଓ ଫାରିଆ ହବିବ ଶେଖ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ