Sunday, September 20, 2026
28.3 C
Odisha

    ମୁସଲିମ ଲିଗ୍ (ଜମ୍ମୁ ଓ କଶ୍ମୀର)କୁ ନିଷିଦ୍ଧ କଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ମୁସଲିମ୍ ଲିଗ୍ ଜମ୍ମୁ-କଶ୍ମୀର-ମସାରତ ଆଲାମ୍ ଗୋଷ୍ଠୀ (ଏମ୍ଏଲଜେକେ-ଏମ୍ଏ)କୁ ନିଷିଦ୍ଧ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସଂଗଠନର ସଦସ୍ୟମାନେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ଏକ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି।

    ସେ ଲେଖିଛନ୍ତି, “ମୁସଲିମ ଲିଗ୍ ଜମ୍ମୁ କଶ୍ମୀର (ମସରତ ଆଲାମ ଗୋଷ୍ଠୀ)/ଏମଏଲଜେକେ-ଏମଏକୁ ୟୁଏପିଏ ଅଧୀନରେ ଏକ ‘ବେଆଇନ ସଂଗଠନ’ ଘୋଷଣା କରାଯାଇଛି। ଏହି ସଂଗଠନ ଏବଂ ଏହାର ସଦସ୍ୟମାନେ ଜମ୍ମୁ-କଶ୍ମୀରରେ ଦେଶ ବିରୋଧୀ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଛନ୍ତି ଏବଂ ଜମ୍ମୁ-କଶ୍ମୀରରେ ଇସଲାମିକ ଶାସନ ପ୍ରତିଷ୍ଠା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି।“

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବାର୍ତ୍ତା ସ୍ପଷ୍ଟ ଯେ ଆମ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୁଦ୍ଧରେ କାର୍ଯ୍ୟ କରୁଥିବା ଯେ କୌଣସି ବ୍ୟକ୍ତି ଙ୍କୁ ଛଡ଼ାଯିବ ନାହିଁ ଏବଂ ଆଇନର ଶାସନର ପୂର୍ଣ୍ଣ ପ୍ରକୋପର ସମ୍ମୁଖୀନ ହେବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ