Thursday, September 19, 2024
23 C
Odisha

    ବ୍ରାଣ୍ଡିଂ ରାଜନୀତିରେ ମାହିର ନବୀନ ପଟ୍ଟନାୟକଙ୍କ ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ: ଦିଲୀପ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୯/୦୭: ବାସ୍ତବରେ ଓଡ଼ିଶାବାସୀ ହେଉଛନ୍ତି ପ୍ରକୃତ ଗେମ୍ ଚେଞ୍ଜର । ୨୫ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଶିକାର ହୋଇଥିବା ଓଡ଼ିଶାବାସୀ ଆଜି ନବୀନ ପଟ୍ଟନାୟକଙ୍କ ସରକାରକୁ ଉପାଡି ଫୋପାଡି ଦେଇଛନ୍ତି । ଏହା ସତ୍ୱେ ଓଡିଶାବାସୀଙ୍କର ନିଷ୍ପତିକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନାହାନ୍ତି ଖୋଦ୍ ନବୀନ ପଟ୍ଟନାୟକ । ନାମ ପରିବର୍ତନ କରି ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେବାରେ ଓସ୍ତାଦ୍ ହେଉଛନ୍ତି ନବୀନ ପଟ୍ଟନାୟକ । ନିଜ ଶାସନ କାଳରେ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ନିଜ ନାମରେ ନାମିତ କରିବା ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ । ବାସଗୃହ, ପାନୀୟଜଳ, ଆମ୍ବୁଲାନ୍ସ, ଚାଉଳ ଆଦି କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ବ୍ରାଣ୍ଡିଂ କରି ଭୋଟ ରାଜନୀତି କରୁଥିବା ନବୀନ ପଟ୍ଟନାୟକଙ୍କ ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।

    ଶ୍ରୀ ମହାନ୍ତି କହିଛନ୍ତି ଯେ, କ୍ଷମତା ନିଶାରୁ ବାହାରି ନଥିବା ନବୀନ ପଟ୍ଟନାୟକ ଆଜି ବି ଚିଠା ଲେଖିବାର ପୁରୁଣା ଅଭ୍ୟାସ ଛାଡିନାହାନ୍ତି । ଏପରିକି ଛାୟା କ୍ୟାବିନେଟ୍ ଗଠନ କରିଦେଲେ । ଭାରତୀୟ ଜନତା ପାର୍ଟି “ନାମ ନୁହେଁ, କାମ ଉପରେ ବିଶ୍ୱାସ କରେ” । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରର ପ୍ରଥମ ବଜେଟ୍‌କୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱାଗତ କରୁଥିବାବେଳେ ନବୀନ ବାବୁଙ୍କ ବକ୍ତବ୍ୟରୁ ତାଙ୍କ ଅସହିଷ୍ଣୁତା ମନୋଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ