Sunday, October 18, 2026
24.8 C
Odisha

    ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ବାହାନଗା ଦେବେନ୍ଦ୍ରପୁର ଗ୍ରାମର ଜଣେ ମହିଳାଙ୍କ ମୃତଦେହ ପଙ୍ଖାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳା ‌ହେଲେ ନମିତା ରାଣୀ ପତି। ଏନେଇ ମହିଳାଙ୍କର ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଇରମ ଅଞ୍ଚଳର ମନୋରଞ୍ଜନ ପତିଙ୍କ ଝିଅ ନମିତା ରାଣୀ ତିନିବର୍ଷ ତଳେ ବାଲେଶ୍ବର ଜିଲ୍ଲା ବାହାନଗା ଦେବେନ୍ଦ୍ରପୁର ଗ୍ରାମର ଚନ୍ଦନ କୁମାର ପାଢ଼ୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଏହାର ମଧ୍ୟରେ ନମିତା ମା’ ମଧ୍ୟ ହୋଇଥିଲେ। ତାଙ୍କର ଦୁଇବର୍ଷର ଶିଶୁପୁତ୍ର ରହିଛି। ସେ ସପରିବାର ଅନନ୍ତପୁର ବାଲିଛନ୍ଦା ଘାଟ ନିକଟରେ ଏକ ଭଡ଼ାଘରେ ରହୁଥିଲେ। ବାଲିଛନ୍ଦା ଘାଟ ନିକଟରେ ଚନ୍ଦନ ଏକ ମୋବାଇଲ ଦୋକାନ କରିଛନ୍ତି। ଆଜି ସନ୍ଧ୍ୟା ସମୟରେ ଚନ୍ଦନ ଦୋକାନ ବନ୍ଦ ଘରକୁ ଫେରିବା ସମୟରେ ତାଙ୍କ ସ୍ତ୍ରୀ ନମିତା ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଅନନ୍ତପୁର ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ନମିତାଙ୍କୁ ସେଠାରୁ ସୋର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ସୋରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଖବର ପାଇ ସୋର ପୁଲିସ ଡାକ୍ତରଖନାରେ ପହଂଚି ମୃତଦେହ ଜବତ କରିଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟରେ ନମିତାଙ୍କ ମା’ ତାଙ୍କ ଝିଅକୁ ବାରମ୍ବାର ଯୌତୁକ ନିର୍ଯାତନା ଦେବା ସହିତ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ତାଙ୍କ ଜ୍ୱାଇଁ ଚନ୍ଦନ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ