Tuesday, March 31, 2026
35.7 C
Odisha

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ବିରଖମ୍ ଗ୍ରାମରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ରାମଚନ୍ଦ୍ର ହେମ୍ବ୍ରମ(୨୨)।

    ସୂଚନା ଅନୁଯାୟୀ ଖନ୍ତ ପଂଚାୟତର ବିରଖମ୍ ଗ୍ରାମର ଦେବେନ୍ଦ୍ର ହେମ୍ବ୍ରମଙ୍କ ପୁଅ ରାମଚନ୍ଦ୍ର ଗତରାତିରେ ଖାଇପିଇ ଘରେ ଶୋଇଥିଲେ। ରାତିରେ କେତେବେଳେ ସେ ଘରୁ ବାହାରକୁ ଚାଲିଯାଇଥିଲେ ତାହା ପରିବାର ଲୋକେ ଜାଣି ପାରନଥିଲେ। ଗ୍ରାମବାସୀମାନେ ଆଜି ସକାଳୁ ଗାଁ ପାଖ ଏକ ଜାମୁକୋଳି ଗଛରେ ଏକ ଲୁଗା ସାହାଯ୍ୟରେ ତାଙ୍କ ମୃତ ଶରୀର ଝୁଲୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ପହଂଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।

    ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଝୁଲାଇ ଦେଇଛନ୍ତି ତାହା ଜଣାପଡ଼ିନାହିଁ। ଏନେଇ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ