Sunday, April 12, 2026
39.2 C
Odisha

    ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଲେ ସ୍ତ୍ରୀ, ଶ୍ୱଶୁର ଘର ମାଟି ତଳୁ ଜ୍ୱାଇଁ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ଛାମୁସାହିରେ ଶ୍ୱଶୁର ଘରର ମାଟି ତଳୁ ଗୁରୁବାର ରାତିରେ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜ୍ୱାଇଁ ରୋହିବାଙ୍କର ପ୍ରକାଶ ନାୟକ। ସେ ନିଖୋଜ ହେବାର ୧୦ ଦିନ ପରେ ମୃତଦେହ ମିଳିଛି । ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ନିଜ ପ୍ରେମିକ ଓ ମା’ଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ଘରେ ପୋତି ଦେଇଥିଲେ । ହତ୍ୟା ଘଟଣାକୁ ଲୁଚାଇବା ଓ ପ୍ରମାଣ ନଷ୍ଟ କରିବା ପାଇଁ ପୋତା ଯାଇଥିବା ସ୍ଥାନରେ ଶିଳ, ଘୋରଣା ଆଦି କିଛି ଉପକରଣ ରଖାଯାଇଥିଲା । ଖବର ପାଇ ପୋଲିସ ଛାମୁସାହିରେ ପହଞ୍ଚତ୍ ଗୁରୁବାର ରାତିରେ ମାଟି ଖୋଳି ମୃତଦେହ ଜବତ କରିଛି। ମୃତଦେହ ଉଦ୍ଧାର ବେଳେ ମାଜିଷ୍ଟ୍ରେଟ ଓଡ଼ଗଁା ତହସିଲଦାର ମାନସ ରଞ୍ଜନ ଭୋଇ, ଶରଣକୁଳ ଏସ୍‌ଡିପିଓ ସୁଧାକର ସାହୁ ଓ ଓଡ଼ଗାଁ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ସାହୁ ଉପସ୍ଥିତ ଥିଲେ । ଏହି ଘଟଣାରେ ପୋଲିସ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ, ତାଙ୍କ ପ୍ରେମିକ ପ୍ରତାପ ସାମଲ ଓରଫ ସୋନୁ ଓ ମା’ଡମୁଣି ପ୍ରଧାନଙ୍କୁ ଅଟକ ରଖି ତଦନ୍ତ କରୁଛି । ମାଟି ତଳୁ ମୃତଦେହ ଉଦ୍ଧାର ପାଇଁ ମା ଓ ଝିଅଙ୍କୁ ସାଙ୍ଗରେ ଧରି ପୋଲିସ ଘରକୁ ଆଣିଥିଲା । ପରେ ସେମାନେ ହତ୍ୟାର ଡେମୋ ଦେଖାଇଥିଲେ ବୋଲି ପୋଲିସ କହିଛି।
    ପୋଲିିସ ସୂଚନା ଅନୁଯାୟୀ, ରୋହିବାଙ୍କ ଗାଁର ଗୋକୁଳ ନାୟକଙ୍କ ପୁଅ ପ୍ରକାଶ(୩୭) ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ୧୪ ବର୍ଷ ପୂର୍ବେ ପ୍ରକାଶ କୋମଣ୍ଡ ଛାମୁସାହିର ନାଟୁ ପ୍ରଧାନଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ(୩୨)ଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କ ଗୋଟିଏ ୭ ବର୍ଷର ଝିଅ ଓ ୫ ବର୍ଷର ପୁଅ ରହିଛି । ତେବେ ଜ୍ୟୋତ୍ସ୍ନାରାଣୀଙ୍କ ମକରପଦାର ପ୍ରତାପ ସାମଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ପ୍ରକାଶ ଶ୍ୱଶୁର ଘରେ ରହି ଆସୂୁଥିଲେ । କିଛି ଦିନ ତଳେ ସ୍ବାମୀଙ୍କୁ ହତ୍ୟା କରିବାକୁ ସ୍ତ୍ରୀ ପ୍ରେମିକ ସହ ମିଶି ଯୋଜନା କରିଥିଲେ । ଏଥିରେ ସହଯୋଗ କରିଥିଲେ ଜ୍ୟୋତ୍ସ୍ନାରାଣୀ ମାଆ । ଯୋଜନା ମୁତାବକ ପ୍ରକାଶଙ୍କୁ ହତ୍ୟା କରାଯାଇ ଘରେ ଗାତ ଖୋଳି ପୋତି ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    8 %
    4kmh
    0 %
    Sun
    38 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ