Sunday, October 11, 2026
29.5 C
Odisha

    ପାରା ଅପରିଷ୍କାର କରୁଛନ୍ତି କି? ବାଲକୋନିରେ ଲଗାନ୍ତୁ ଏହି ଗଛ

    ଆଗକୁ ପଢନ୍ତୁ

    ପାରା ମଣିଷ ସମାଜର ସବୁଠାରୁ ନିକଟତର ପକ୍ଷୀ ବୋଲି କୁହାଯାଏ। ପୂର୍ବରୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଚିଠି ପଠେଇବା ପାଇଁ ପାରା ଲୋଡାପଡୁଥିଲା। କିଛିଲୋକ ପାରା ପୋଷିଥାନ୍ତି। ଆଉ କିଛିଜଣ ନିଜ ବାଲକୋନିରେ ପାରାଙ୍କ ପାଇଁ ଶସ୍ୟଦାନା ସବୁବେଳେ ରଖିଥାନ୍ତି। ଯାହାଦ୍ୱାରା ସେମାନେ ଆସି ମନ ଆନନ୍ଦରେ ଖୁଣ୍ଟି ଖାଇ ଉଡିଯାନ୍ତି। ହେଲେ ବାଲକୋନିରେ ଆସି ବୁଲିବା ଭିତରେ ସେମାନେ ସ୍ଥାନକୁ ପୁରା ଅପରିଷ୍କାର କରି ଦିଅନ୍ତି। ଯାହାକୁ ସଫା କରିବାରେ ନାନା ଅସୁବିଧା ହୋଇଥାଏ। ବାରମ୍ବାର ସେମାନଙ୍କୁ ଘଉଡାଇଲେ ବି ସେମାନେ ଆସି ସ୍ଥାନ ଅପରିଷ୍କାର କରି ଦିଅନ୍ତି। ତେବେ ଆମେ ଆପଣଙ୍କୁ ଏପରି କିଛି ଗଛ ଲଗାଇବାକୁ କହୁଛୁ ଯାହାଦ୍ୱାରା ପାରା ସେମାନଙ୍କର ପାଖ ମଧ୍ୟ ମାଡିବେନି।

    ଘରେ କାକ୍‌ଟସ୍‌ ଗଛ ଲଗେଇବାର ଅନେକ ଫାଇଦା ରହିଛି। ଏହି ଗଛ ଲଗାଇବା ଦ୍ୱାରା ପାରା ସେ ସ୍ଥାନକୁ ଆସନ୍ତି ନାହିଁ। ପାରାଙ୍କୁ କାକ୍‌ଟସ୍‌ କଣ୍ଟା ଜମା ବି ପସନ୍ଦ ନୁହେଁ। ଏଥିସହ ବାଲକୋନିରେ ଆପଣ ଡାଫୋଡିଲର ଫୁଲଗଛ ଲଗାଇପାରିବେ। ଏହି ଫୁଲ ବାଲକୋନିକୁ ସୁନ୍ଦର ରଖିବା ସହ ସୁଗନ୍ଧିତ ବାସ୍ନା ଦେଇଥାଏ। କିନ୍ତୁ ଏହି ବାସ୍ନା ପାରାଙ୍କୁ ପସନ୍ଦ ନୁହେଁ।

    ମଶାଙ୍କୁ ଘରୁ ଦୂରେଇ ରଖିବା ପାଇଁ ବ୍ୟବହାର ହେଉଥିବା ସିଟ୍ରୋନେଲା ପ୍ଲାଣ୍ଟକୁ ମଧ୍ୟ ପାରାମାନେ ଡରନ୍ତି। ଏହି ଗଛ ଲଗାଇବା ଦ୍ୱାରା କୌଣସି କୀଟପତଙ୍ଗ ନ ଆସିବା ସହ ପାରାଙ୍କୁ ମଧ୍ୟ ଦୂରେଇ ରଖିହେବ।
    ଜାଣିଛନ୍ତି କି, ଘର ବାଲକୋନିରେ ଯଦି ପୁଦିନା ଗଛ ଳଗାଇବେ ତେବେ ପାରା ଏହାଠାରୁ କେଇ ମିଟର ଦୂରରେ ରୁହନ୍ତି। ସେହିପରି ରସୁଣର ଗନ୍ଧକୁ ପାରାମାନେ ସହ୍ୟ କରିପାରନ୍ତି ନାହିଁ। ସେମାନେ ଏହି ଗଛ ଦେଖିଲେ ବାଲକୋନିର ପାଖ ମାଡିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ