Sunday, October 18, 2026
23.2 C
Odisha

    ହାଜତ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ; ଲୁଗା ଖୋଲିଦେଲେ ମହିଳା

    ଆଗକୁ ପଢନ୍ତୁ

    ବାହାଘର ଶୋଭାଯାତ୍ରା ବାହାରୁଥିବା ବେଳେ ପୁଲିସ୍‌ ଉଠାଇ ଆଣିଥିଲା। ପୁଲିସ୍‌ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଯେ ଥାନାରେ ଯୁବକଙ୍କ ମୃତ୍ୟୁ ହୋଇଯିବାରୁ ଲଙ୍କାକାଣ୍ଡ ଘଟିଛି।ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ମଧ୍ୟପ୍ରଦେଶର ଗୁନାରେ ତୀବ୍ର ଉତ୍ତେଜନା ବିକ୍ଷୋଭ ଦେଖିବାକୁ ମିଳିଛି। ମୃତ୍ୟୁ ପ୍ରତିବାଦରେ ଯୁବକଙ୍କ ସମ୍ପର୍କୀୟ ମହିଳାମାନେ ଡ୍ରେସ ଖୋଲି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୃତ୍ୟୁର ପ୍ରତିବାଦରେ ଦେବ ପାର୍‌ଧିଙ୍କ ସମ୍ପର୍କୀୟମାନେ ଜିଲ୍ଲାପାଳଙ୍କ ଅଫିସଆଗରେ ପହଞ୍ଚିଥିଲେ। ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ନ୍ୟାୟ ମାଗିଥିଲେ। ତେବେ ସେମାନଙ୍କ ବିକ୍ଷୋଭ ତୁରନ୍ତ ଉତ୍ତେଜନାର ରୂପ ନେଇଥିଲେ। ଦେବ ପାର୍‌ଧିଙ୍କ ସମ୍ପର୍କୀୟ ମହିଳାମାନେ ହଠାତ୍‌ ନିଜ ନିଜର ପୋଷାକ ଖୋଲି ପ୍ରତିବାଦ କରିଥିଲେ। କିଛି ମହିଳା ଜିଲ୍ଲାପାଳଙ୍କ ଅଫିସ ଚଟାଣରେ ଗଡ଼ିବା ସହ ଭୋଭୋ ହୋଇ କାନ୍ଧିବାକୁ ଲାଗିଥିଲେ। ଏହା ଦେଖି ସେଠାରେ ଉପସ୍ଥିତି ପୁଲିସ୍‌ ସେମାନଙ୍କୁ ବାହାରକୁ ବିଦା କରିବାକୁ ଚେଷ୍ଟା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ବେଶ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଆଉ କିଛି ମହିଳାଙ୍କ କାଚ ଭାଙ୍ଗି ଯାଇଛି। ସେହିପରି ଜଣେ ପୁଲିସ୍‌ କର୍ମଚାରୀ ଦିଲୀପ ରାଜୌରିଆ ମଧ୍ୟ ଆହତ ହୋଇଛନ୍ତି। ବିକ୍ଷୋଭ କରୁଥିବା ମହିଳାମାନେ କହିଛନ୍ତି ଯେ ଦେବ ପାର୍‌ଧି ହୃଦଘାତରେ ପ୍ରାଣ ହରାଇଥିବା ଅଧିକାରୀମାନେ କହୁଛନ୍ତି। ହେଲେ ଏତେ କମ ବୟସରେ ଜଣେ କେମିତି ହୃଦଘାତରେ ପ୍ରାଣ ହରାବେ? ପୁଲିସ୍‌ ତାଙ୍କୁ ପ୍ରବଳ ପିଟିଛି।ତାଙ୍କ ଦାଦାଙ୍କୁ ମଧ୍ୟ ମାଡ଼ ମରାଯାଇଛି। ଦାନା ଗଙ୍ଗାରାମ ଆହତ ହୋଇଥିଲେ ମଧ୍ୟ ପୁଲିସ୍‌ ତାଙ୍କୁ ଛାଡ଼ି ନାହିଁ କିମ୍ବା ହସ୍ପିଟାଲ ନେଇ ନାହିଁ। ତେଣୁ ସେମାନେ ଗଙ୍ଗାରାମଙ୍କ ଚିକିତ୍ସା ମଧ୍ୟ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ