Sunday, July 5, 2026
24.3 C
Odisha

    କୃଷ୍ଣକଙ୍କୁ ଋଣମୁକ୍ତ କଲେ ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବେ ବୋଲି ଘୋଷଣା କରିଛନ୍ତି । ତେଲେଙ୍ଗାନା ସିଏମଓଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେଉଁ କୃଷକମାନେ ଋଣ ନେଇଛନ୍ତି ତାର ପେମେଣ୍ଟ ସେମାନଙ୍କୁ ୧୮ ଜୁଲାଇ ୨୦୨୪ରେ କରାଯିବ । ସରକାର ଦାବି କରିଛନ୍ତି ଯେ, ଋଣ ମୁକ୍ତ ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କ୍ୟାସ ଅନ୍ୟ ଆକାଉଣ୍ଟରେ ଜମା କଲେ ବ୍ୟାଙ୍କର୍ସଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ, ବିଧାୟକ ଏବଂ ଏମଏଲସି ମଙ୍ଗଳବାର ଦିନ ଋଣ ଛାଡରୁ ଲାଭବାନ ହୋଇଥିବା କୃଷକମାନଙ୍କ ସହ ଗୋଟିଏ ସମାରୋହରେ ସାମିଲ ହେବେ । ଏହା ପୂର୍ବରୁ ତେଲେଙ୍ଗାନା ସରକାର ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଚାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.3 ° C
    24.3 °
    24.3 °
    98 %
    2.4kmh
    98 %
    Sun
    24 °
    Mon
    29 °
    Tue
    31 °
    Wed
    31 °
    Thu
    32 °

    ସମ୍ବନ୍ଧିତ