Monday, May 20, 2024
33 C
Odisha

    ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ନୌସେନା, ଆଇଏନଏସ ସନ୍ଧାୟକ ସାମିଲ

    ଆଗକୁ ପଢନ୍ତୁ

    ବଢ଼ିଲା ଭାରତୀୟ ନୌସନାର ଶକ୍ତି । ସେନାରେ ସାମିଲ ହେଲା ଆଇଏନଏସ ସନ୍ଧାୟକ । ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ସେନାରେ ଆଇଏନଏସକୁ ସାମିଲ କରାଯାଇଛି । ସୁରକ୍ଷିତ ସାମୁଦ୍ରିକ ନାଭିଗେସନ ଏହି ଜାହାଜର ପ୍ରାଥମିକତା ହେବ । ଏହା ଏକ ସର୍ଭେକ୍ଷଣ ଯୁଦ୍ଧ ଜାହାଜ ଅଟେ । ଏହାର ରେଂଜ ୧୧ହଜାର କିଲୋମିଟର ରହିଛି । କୌଣସି ବନ୍ଦରରୁ ରହି ସମୁଦ୍ରସୀମାରେ ନଜର ରଖିପାରିବ । ଆବଶ୍ୟକ ପଡିଲେ ଯୁଦ୍ଧ ବିମାନ ଓ ହେଲିକପ୍ଟର ମୁତୟନ କରିହେବ । ଏହାକୁ ନିର୍ମାଣ କରିଛି କୋଲକାତା ଗାର୍ଡର ରିଚ ସିପବିଲଡର୍ସ ଆଣ୍ଡ ଇଂଜିନିୟର । ଟ୍ରାଏଲ ରନ ପରେ ଶନିବାର ଏହାକୁ ନୌସେନାରେ ସାମିଲ କରାଯାଇଛି ।ଏହା ବନ୍ଦର, ନାଭିଗେସନ ଚ୍ୟାନେଲ, ଉପୂଳବର୍ତୀ ଅଂଚଳ ଓ ଗଭୀର ସମୁଦ୍ରର ହାଇଡ୍ରୋଗ୍ରାଫି ସର୍ବେକ୍ଷଣ କରିବ । ଭାରତ ମହାସାଗରେ ଚୀନର ଚକ୍ରବ୍ୟୁହକୁ ଦେବ ଚେକ୍ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ସନ୍ଧାୟକ ସେନାକୁ ଅଧିକ ଶକ୍ତିଶାଳୀ କରିବ । କ୍ଷଣିକରେ ଗଭୀର ସମୁଦ୍ରରୁ ଶତ୍ରୁଙ୍କୁ ଟାର୍ଗେଟ କରିବ । ଭାରତ-ପ୍ରଶାନ୍ତ ମହାସାଗରେ କ୍ଷେତ୍ରରେ ସମୁଦ୍ରରୁ ଉଭୟ ଚୀନ ଓ ପାକିସ୍ତାନକ ଚେକ ଦେବ । ଏଥିସହ ଗୁଇନ୍ଦାଗିରି ଜାହାଜକୁ କଡ଼ା ଜବାବ ଦେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33 ° C
    33 °
    33 °
    38 %
    1.5kmh
    84 %
    Mon
    31 °
    Tue
    41 °
    Wed
    41 °
    Thu
    41 °
    Fri
    37 °

    ସମ୍ବନ୍ଧିତ