Friday, May 10, 2024
23.5 C
Odisha

    ଆସନ୍ତାକାଲିଠୁ ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

    ଆଗକୁ ପଢନ୍ତୁ

    ସୋମବାର ଓଡିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ କଂଗ୍ରେସ ସାଂସଦ । ସୋମବାର ଝାଡଖଣ୍ଡରୁ ଆସି ବୀରମିତ୍ରପୁର ରାମପାଳ ଛକ ଦେଇ ଓଡିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା । ସେଠାରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଶୁକ୍ରବାରଠୁ ରାଉରକେଲାରେ ଡେରା ପକାଇଛି । ଶନିବାର ବୀରମିତ୍ରପୁର ରାମପାଳ ଛକକୁ ଯାଇ ସ୍ଥିତି ଯାଂଚ କରିଛି । ସୋମବାର ସନ୍ଧ୍ୟାରେ ଝାଡଖଣ୍ଡରୁ ସିଧା ବୀରମିତ୍ରପୁରରେ ପହଂଚି ସେଠାରେ ରାତ୍ରି ଯାପନ କରିବେ ରାହୁଲ । ଫେବୃଆରି ୭ ତାରିଖରେ ରାଉରକେଲାକୁ ପହଂଚିବ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା । ସ୍ଥାନୀୟ ବିର୍ସାମୁଣ୍ଡା ଛକରୁ ବାହାରି ପାନପୋଷ ଛକ ପର୍ଯ୍ୟନ୍ତ ରୋଡ ସୋରେ ବାହାରିବେ ରାହୁଲ ଗାନ୍ଧୀ । ଗାନ୍ଧୀ ଛକରେ ଆୟୋଜିତ ସଭାକୁ ରାହୁଲ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ନ୍ୟାୟ ଯାତ୍ରା ରାଜଗାଙ୍ଗପୁର, ବଡଗାଁ ଓ କୁତ୍ରା ଠାରେ ମଧ୍ୟ ରୋଡ ସୋ କରି ସୁନ୍ଦରଗଡରେ ଆୟୋଜିତ ବିଶାଳ ସମାବେଶରେ ରାହୁଲ ସାମିଲ ହେବେ । ଲୋକସଭା ନିର୍ବାଚନ ପୂର୍ବରୁ ଓଡିଶାକୁ ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତ ଓ ଏବେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ନେଇ କଂଗ୍ରେସ ଶିବିର ଚଳ ଚଂଚଳ ହୋଇ ଉଠିଛି । କଂଗ୍ରେସର ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ ଦଳୀୟ ନେତା, କର୍ମୀଙ୍କ ସମେତ ସାଧାରଣ ଜନତା ବେଶ ଉତ୍ସାହିତ ଅଛନ୍ତି । ସେପଟେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା କୌଣସି ପ୍ରଭାବ ଓଡିଶାରେ ପଡିବ ନାହିଁ ବୋଲି ବିଜେଡି ନେତା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    86 %
    2.2kmh
    0 %
    Thu
    24 °
    Fri
    39 °
    Sat
    41 °
    Sun
    40 °
    Mon
    39 °

    ସମ୍ବନ୍ଧିତ