Sunday, September 13, 2026
28.7 C
Odisha

    ପସନ୍ଦ ଅନୁଯାୟୀ ମିଳିଲାନି ଡିଗ୍ରି କଲେଜ: ନାମଲେଖାରୁ ଦୂରେଇ ରହିଲେ ୮୭ହଜାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩ (ସ୍ନାତକ) କଲେଜ‌ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ସାମ୍‌ସ ମାଧ୍ୟମରେ ହେଉଥିବା ଏହି ନାମଲେଖା ପ୍ରକ୍ରିୟାରେ ୨୦୨୪-୨୫ ଶିକ୍ଷାବର୍ଷରେ ୧୦୫୬ ଡିଗ୍ରି କଲେଜର ୨ ଲକ୍ଷ ୭୪ ହଜାର ୩୩୧ ସିଟ୍‌ରେ ନାମଲେଖା ପାଇଁ ୨ଲକ୍ଷ ୩୭ ହଜାର ୭୯୫ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୯୭୬ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯୨ହଜାର ୨୪୭ ଜଣ ନାମ‌ ଲେଖା‌ଇଛନ୍ତି। କଳାରେ ଚୟନ ହୋଇଥିବା ୧ ଲକ୍ଷ ୯ ହଜାର ୮୫୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୨ହଜାର ୨୮୭ ଜଣ ନାମ ଲେଖାଇଛନ୍ତି। ଯେତେବେଳେ କି ବିଜ୍ଞାନରେ ୪୫,୬୧୪ ଜଣଙ୍କ ମଧ୍ୟରୁ ୧୬,୪୩୩, ବାଣିଜ୍ୟରେ ୧୭,୧୫୬ ମଧ୍ୟରୁ ୯,୮୧୦, ସଂସ୍କୃତରେ ୩,୫୭୪ ଜଣଙ୍କ ମଧ୍ୟରୁ ୨,୭୫୮, ସେଲ୍ଫ ଫାଇନାନ୍ସିଂରେ ୨,୬୨୬ ଜଣଙ୍କ ମଧ୍ୟରୁ ୯୫୯ ଜଣ ନାମ ଲେଖାଇଛନ୍ତି। ଗତକାଲି ନାମଲେଖା ଶେଷ ହୋଇଥିଲେ ମଧ୍ୟ ଆହୁରି ୮୬ହଜାର ୭୨୯ଜଣ ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। ୪୮.୪୬% ଛାତ୍ରଛାତ୍ରୀ କାହିଁକି ନାମଲେଖାରୁ ଦୂରେଇ ରହିଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

    ଭୁବନେଶ୍ବରର ଏକ କଲେଜ ଅଧ୍ୟକ୍ଷଙ୍କ କହିବା କଥା ହେଉଛି ଯେ ଏଥର ନାମଲେଖା ପ୍ରକ୍ରିୟାରେ ସ୍ଲାଇଡିଂ, ଫ୍ଲୋଟିଂ ଓ ଫ୍ରିଜ୍‌ ଭଳି ଅପସନ୍‌ ରହିଥିବାରୁ ଛାତ୍ରଛାତ୍ରୀ ନିଜ ପସନ୍ଦ ଅନୁଯାୟୀ କଲେଜରେ ନାମ ଲେଖାଇବାକୁ ଅପେକ୍ଷା କରି ରହିଛନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା କଲେଜରେ ନାମ ଲେଖାଇ ନାହାନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ନାମଲେଖାରେ ସେମାନଙ୍କୁ ପସନ୍ଦ ଅନୁଯାୟୀ କଲେଜରେ ସିଟ୍‌ ମିଳିବ ଭାବି ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଜୁଲାଇ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ। ୬ରୁ ୯ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ଜୁଲାଇ ୧୫ରେ ତୃତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୧୫ରୁ ୧୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ତେବେ ନାମଲେଖା ସମୟରେ ଗୋଟିଏ ସମସ୍ୟା ହେଉଛି ଯେ ନାମଲେଖା ପ୍ରକ୍ରିୟା ଶେଷ ହେଲା ବେଳକୁ ଅଧିକାଂଶ କଲେଜରେ ସିଟ୍‌ ବଳକା ରହୁଛି। ଘରୋଇ କଲେଜ ସିଟ୍‌ ପୂରଣ ହେଉଥିବା ବେଳେ ସରକାରୀ କଲେଜରେ ପିଲା ହେଉ ନାହାନ୍ତି। ତେଣୁ କଲେଜରେ ବଳକା ରହୁଥିବା ସିଟ୍‌ରେ ନାମଲେଖା ପାଇଁ ଇଞ୍ଜିନିୟରିଂ କଲେଜ ପରି ସାଧାରଣ କଲେଜ କର୍ତ୍ତୃପକ୍ଷଙ୍କୁ ସୁଯୋଗ ଦିଆଯାଉ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ