Sunday, September 13, 2026
27.6 C
Odisha

    ଗାଁ ମୁହାଁ ଅଜଗର: ଗତବର୍ଷ ୬୦, ଏବେ ୫ ହେଲେଣି

    ଆଗକୁ ପଢନ୍ତୁ

    ମାଲକାନଗିରି: ଏକଦା ମାଲକାନଗିରି ବା ମାଲ୍ୟବନ୍ତ ଜଂଗଲରେ ବିଭିନ୍ନ ଜୀବଜନ୍ତୁ ସହ ବିରଳ ପ୍ରଜାତିର ସାପକୁ ମଧ୍ୟ ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଜଂଗଲ କ୍ଷୟ ହେବାରୁ ଜଙ୍ଗଲି ଜନ୍ତୁ ପ୍ରାୟ ବିଲୁପ୍ତ ହୋଇଯାଇଥିବା ବେଳେ ସାପ ବଂଶ ମଧ୍ୟ ଲୋପ ପାଇଥିବା ଜଣାପଡିଛ। କିନ୍ତୁ ଏବେ ବି ମାଲକାନଗିରି ଜଂଗଲରେ ବିରଳ ଅହିରାଜ ସାପ, ଅଜଗର, ନାଗ ସାପ ଆଦି ସହ ବିଭିନ୍ନ ରକମର ବିଷଧର ସାପ ଦେଖିବାକୁ ମିଳେ। ପ୍ରତିବର୍ଷ ସାପ କାମୁଡାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କର ଜୀବନ ଯାଉଛି। ବର୍ଷା ଦିନ ଆସିଲେ ଜିଲ୍ଲାରେ ସାପଙ୍କର ରାଜୁତି ହୁଏ।ବିଭିନ୍ନ ରକମର ସାପ ସହ ବିଶେଷକରି ଅଜଗର ସାପ ଜଂଗଲରୁ ବାହାରି ଗାଁ ମୁହାଁ ହୋଇଥାନ୍ତି। ଜଂଗଲରେ ଖାଦ୍ୟର ଅଭାବ ଯୋଗୁଁ ଅଜଗର ଗାଁ ଓ ସହରରେ ପଶି ଛୋଟ ଛୋଟ ଗୃହପାଳିତ ପଶୁପକ୍ଷୀଙ୍କୁ ଟାର୍ଗେଟ କରୁଛନ୍ତି।

    ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ପଚାଶରୁ ଊର୍ଦ୍ଧ୍ବ ଅଜକର ସାପ ଗାଁ ମୁହାଁ ହୁଅନ୍ତି। ଗତବର୍ଷ ୬୦ରୁ ଊର୍ଦ୍ଧ୍ବ କେବଳ ମାଲାକନଗିରି ସହର ଏବଂ ଆଖପାଖ ଅଂଚଳରେ ଅଜଗରଙ୍କୁ ଦେଖିବାକୁ ମିଳିଥିଲା। ଏଥର ମଧ୍ୟ ବର୍ଷା ଆରମ୍ଭରୁ ଏବେ ପର୍ଯ୍ୟନ୍ତ ୫ଟି ଅଜଗର ଏବଂ ଗୋଟିଏ ବିରାଟ ଅହିରାଜ ସାପକୁ ଉଦ୍ଧାର କରାଯାଇସାରିଲାଣି। ଜିଲ୍ଲାର ଅନ୍ୟ ବ୍ଲକଗୁଡିକରେ ଅଜଗର ଗାଁ ମୁହାଁ ହେଉଥିବା ବେଳେ ଲୋକେ ଭୟରେ ସାପକୁ ମାରିଦେବା ସହ କିଛି ଲୋକ ଏହାକୁ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରୁଛନ୍ତି। କିନ୍ତୁ ମାଲକାନଗିରି ସହରରେ ପଶୁଥିବା ଅଜଗରମାନଙ୍କୁ ପୁନଃ ଜଂଗଲରେ ଛାଡି ଦିଆଯାଉଛି।

    ଏହି କ୍ରମରେ ରବିବାର ପୁଣି ଏକ ଅଜଗର ସହର ଭିତରେ ପଶିଥିଲା। ସହରରେ ବାସ କରୁଥିବା ଡିଏନ ଶର୍ମାଙ୍କ ଘରେ ଅଜଗର ପଶିଥିଲା। ବିରାଟ ଅଜଗରକୁ ଦେଖି ପରିବାର ଲୋକେ ଭୟଭୀତ ହୋଇଥିଲେ। ତୁରନ୍ତ ସ୍ନେକ ହେଲପ ଲାଇନର ସଦସ୍ୟମାନଙ୍କୁ ଡାକି ସାପକୁ କାବୁ କରାଯାଇଥିଲା। ସ୍ନେକ ହେଲପ ଲାଇନର ସତ୍ୟଜିତ ଗୌଡ, ଶାଣ୍ଟି ତିଵାରୀ, ଉଦୟ ବାଗ, ବଣ୍ଟି ଖଣ୍ଡପାଣୀ ପ୍ରମୁଖ ସାପକୁ କାବୁ କରିଥିଲେ। ସାପଟି ୯ ଫୁଟ ହୋଇଥିବା ବେଳେ ୧୫ କିଲୋ ଓଜନ ଥିଲା। ଆଗକୁ ଆହୁରି ବର୍ଷା ଥିବା ବେଳେ ପୁଣି ଅଜଗର ସହର ମୁହାଁ ହେବେ।

    ତେବେ ଆଜି ପର୍ଯ୍ୟନ୍ତ ଅଜଗର କୌଣସି ଲୋକଙ୍କୁ ଆକ୍ରମଣ କରିନଥିବା ନଜିର ରହିଛି।କିନ୍ତୁ ଭବିଷ୍ୟତରେ ଏମାନେ ଲୋକଙ୍କୁ ଆକ୍ରମଣ କରିବେ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନଥିବା ଲୋକେ ଯୁକ୍ତି ବାଢିଛନ୍ତି। ତେଣୁ ଅଜଗରଙ୍କୁ ଗାଁ ମୁହାଁ ହେବାକୁ କିଏ ରୋକିବ ବୋଲି ପ୍ରଶ୍ନ କରାଯାଇଛି। ବନ ବିଭାଗ ପକ୍ଷରୁ ସାପଗୁଡିକକୁ କାବୁ କରାଯାଇ ପୁଣି ଜଂଗଲରେ ଛଡାଯାଉଥିବା ବିଭାଗ କହୁଥିବା ବେଳେ ଏମାନଙ୍କୁ ରୋକିବା ଅସମ୍ଭବ ବୋଲି କୁହାଯାଇଛି। ଖାଦ୍ୟ ଅନ୍ବେଷଣରେ ଏମାନେ ଗାଁ ହେଉ ବା ସହର ଚାଲିଆସୁଛନ୍ତି। ଲୋକେ ଏବେ ଭୟଭିତ ହୋଇ ରହିଛନ୍ତି। ଛୋଟଛୋଟ ପିଲାଙ୍କୁ ଅଜଗର ଟାର୍ଗେଟ କରିପାରେ ବୋଲି ଲୋକେ ଆଶଂକା କରିଛନ୍ତି। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଅଜଗରଙ୍କୁ କିପରି ରୋକାଯାଇପାରିବ ସେନେଇ ବନ ବିଭାଗ ତତ୍ପରତା ଦେଖାଉ ବୋଲି ସାଧାରଣରେ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ