Thursday, April 2, 2026
28.9 C
Odisha

    ମଦ୍ରାସା ଶିକ୍ଷା ବୋର୍ଡ ପାଠ୍ୟକ୍ରମ‌ରେ ସାମିଲ୍‌ ହେବ ସଂସ୍କୃତ

    ଆଗକୁ ପଢନ୍ତୁ

    ଡେରାଡୁନ୍‌: ଉତ୍ତରାଖଣ୍ଡର ମଦ୍ରାସା ଶିକ୍ଷା ବୋର୍ଡରେ ଏଣିକି ଖୁବ୍ ଶୀଘ୍ର ସଂସ୍କୃତ ବିଷୟ ସାମିଲ୍‌ ହେବାକୁ ଯାଉଛି ‌‌ବୋଲି ସୂଚନା ରହିଛି। ଏହି ବୋର୍ଡର ଅଧ୍ୟକ୍ଷ ମୁଫ୍‌ତି ସମୁନ କାସଗୀ ଏହି ସୂଚନା ଦେଇ କହିଛନ୍ତି ଯେ ଏହାକୁ ନେଇ ଖୁବ୍ ଶୀଘ୍ର ବୋର୍ଡ ଏବଂ ସଂସ୍କୃତ ଶିକ୍ଷା ବିଭାଗ ମଧ୍ୟରେ ଏମ୍‌ୟୁ ସ୍ବାକ୍ଷରିତ ହେବ। ସେ ଆହୁରି ବି କହିଛନ୍ତି କି ପ୍ରଥମ ଚରଣରେ ଆଧୁନିକ ମଦ୍ରାସାରେ ସଂସ୍କୃତ ପାଠ ପଢ଼ାଯିବ। ମଦ୍ରାସା ଶିକ୍ଷା ବୋର୍ଡର ଅଧ୍ୟକ୍ଷ୍ୟ କାସଗୀଙ୍କ କହିବାନୁଯାୟୀ ସଂସ୍କୃତ ଏବଂ ଆରବୀ ଦୁଇଟି ଯାକ ହିଁ ପ୍ରାଚୀନ ଭାଷା। ଯଦି ମୌଲବୀଙ୍କ ସଂସ୍କୃତ ଓ ପଣ୍ଡିତଜୀଙ୍କୁ ଆରବୀ ଆସିଯାଏ ତ ଏହାଠାରୁ ଭଲ କଥା ଆଉ କ’ଣ ହୋଇପାରେ!

    ସେ କହିଛନ୍ତି କି ମଦ୍ରାସାରେ ସଂସ୍କୃତ ବିଷୟରେ ପାଠ ପଢ଼ାଯିବା ନେଇ ସଂସ୍କୃତ ଶିକ୍ଷା ବିଭାଗରେ କଥାବାର୍ତ୍ତା ଚାଲିଛି। ଖୁବ୍ ଶୀଘ୍ର ଏମ୍‌ଓୟୁ ସ୍ବାକ୍ଷର କରାଯିବା ପାଇଁ ଚେଷ୍ଟା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    45 %
    2.2kmh
    81 %
    Thu
    29 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ