Saturday, April 4, 2026
29.2 C
Odisha

    ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ବିଜେପି ଖେଳିଲା ମହିଳା କାର୍ଡ : ଜାଣନ୍ତୁ ରେଖା ଗୁପ୍ତା କିଏ ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖି ଗୁପ୍ତା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ, ଭାଜପା ଜଣେ ମହିଳା ମୁହଁ ଉପରେ ବାଜି ଲଗାଇଛି ଏବଂ ବୈଶ୍ୟ ସମ୍ପ୍ରଦାୟରୁ ଆସିଥିବା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଗୁରୁବାର ସେ ରାମଲୀଳା ମଇଦାନରେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।

    ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଛନ୍ତି ଏବଂ କଲେଜ ସମୟରୁ ଅଖିଳ ଭାରତୀୟ ଛାତ୍ର ପରିଷଦ (ABVP) ସହିତ ଜଡିତ ଅଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU)ର ସଭାପତି ଏବଂ ସମ୍ପାଦକ ପଦ ପାଇଁ ନିର୍ବାଚନରେ ​​ମଧ୍ୟ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ସେ ତିନିଥର ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନରେ କାଉନସିଲର ରହିସାରିଛନ୍ତି। ସେ ଶାଲିମାର ବାଗ ଆସନରୁ ଆପ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ 30 ହଜାର ଭୋଟରେ ପରାସ୍ତ କରିଛନ୍ତି। ରେଖାଙ୍କ ଜନ୍ମ ୧୯୭୪ ମସିହାରେ ହରିୟାଣାର ଜୁଲାନାରେ ହୋଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ତାଙ୍କ ବାପା ନିଯୁକ୍ତି ପାଇବା ପରେ ଦିଲ୍ଲୀକୁ ଚାଲିଆସିଥିଲେ। ଟ୍ୱେଥାପି ଏବେ ତାଙ୍କ ପରିବାର ଜୁଲାନାରେ ବ୍ୟବସାୟ କରୁଛନ୍ତି। ଦିଲ୍ଲୀ ସଂଲଗ୍ନ ହରିୟାଣାରୁ ହୋଇଥିବାରୁ, ରେଖା ଗୁପ୍ତା ତାଙ୍କ ନିଜ ରାଜ୍ୟକୁ ବାରମ୍ବାର ଯାଆନ୍ତି। ବିଧାୟକ ହେବା ପୂର୍ବରୁ ରେଖା ଗୁପ୍ତା ଭାଜପାର ସାଂଗଠନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଦିଲ୍ଲୀ ବିଜେପିରେ ସାଧାରଣ ସମ୍ପାଦକ ପଦବୀରେ ଅଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତ ରାମ କଲେଜରୁ ପାଠପଢ଼ିଥିବା ରେଖା ଗୁପ୍ତାଙ୍କ ପାଖରେ ଏମ.ଏ ଏବଂ ଏମ.ବି.ଏ ଡିଗ୍ରୀ ଅଛି। ବିଶେଷ କଥା ହେଉଛି ସେ ଦୀର୍ଘ ସମୟ ଧରି ଆରଏସଏସର ସକ୍ରିୟ ସଦସ୍ୟ ଅଛନ୍ତି ଏବଂ ସଂଘର କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଆସୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ