Friday, October 16, 2026
28.4 C
Odisha

    ଦିଲ୍ଲୀରେ କୃତ୍ରିମ ବର୍ଷା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ପରିବେଶ ସୁଧୁରୁ ନଥିବା ବେଳେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିନ କେନ୍ଦ୍ରକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ପରିବେଶ ମନ୍ତ୍ରୀ କହିଛନ୍ତି, “ଧୁଆଁର ସ୍ତର ଉତ୍ତର ଭାରତକୁ ଆଚ୍ଛାଦିତ କରିଛି। ଧୁଆଁରୁ ମୁକ୍ତି ପାଇବା ପାଇଁ କୃତ୍ରିମ ବର୍ଷା ହେଉଛି ଏକମାତ୍ର ସମାଧାନ। ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ହସ୍ତକ୍ଷେପ କରିବା ଉଚିତ। ଏହି ସମସ୍ୟା ଉପରେ କାମ କରିବା ତାଙ୍କର ନୈତିକ ଦାୟିତ୍ବ ଅଟେ। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ।”

    ଜାତୀୟ ରାଜଧାନୀରେ ଧୁଆଁର ଏକ ଘନ ସ୍ତର ଆଚ୍ଛାଦିତ ହୋଇ ରହିଥିବାରୁ ଆଜି ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ଦିଲ୍ଲୀ। ଆଜି ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୪ ଛୁଇଁଥିବା ବେଳେ ‘ଅତ୍ୟନ୍ତ ଗମ୍ଭୀର ଅବସ୍ଥା’ରେ ରହିଛି ଦିଲ୍ଲୀର ବାୟୁ ଅବସ୍ଥା।

    ଏକ ସାମ୍ବାଦିକ ସମ୍ମିଳନୀରେ ରାୟ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ମଧ୍ୟ ନିନ୍ଦା କରିଛନ୍ତି। ସେ ନିନ୍ଦା କରି କହିଛନ୍ତି ଯେ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଏବଂ ଆଜିକୁ ମିଶାଇ ମୁଁ ୪ଟି ଚିଠି ପଠାଇ ସାରିଥିବା ସତ୍ତ୍ବେ କୃତ୍ରିମ ବର୍ଷା କରିବା ନେଇ ଏଯାବତ୍‌ କୌଣସି ବୈଠକ ଡକାଯାଇ ନାହିଁ।

    ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପରିବେଶ ମନ୍ତ୍ରୀଙ୍କୁ କୃତ୍ରିମ ବର୍ଷା ଉପରେ ଏକ ବୈଠକ ଡକାଇବାକୁ କହିବା ଉଚିତ୍। କୃତ୍ରିମ ବର୍ଷା ପାଇଁ ସମାଧାନ କିମ୍ବା ସ୍ପଷ୍ଟ ରାସ୍ତା ଦିଅନ୍ତୁ। ଯଦି କେନ୍ଦ୍ର ସରକାର କାର୍ଯ୍ୟ କରିପାରୁନାହାଁନ୍ତି ତେବେ ସେମାନଙ୍କ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ