Friday, April 3, 2026
39.1 C
Odisha

    ଜାମିନ୍ ଖାରଜ ହେବା ପରେ ଏବେ କେଜ୍ରିୱାଲଙ୍କ ଆଉ ଏକ ଆବେଦନ ଖାରଜ କଲେ କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟ ଦ୍ବିତୀୟ ଝଟକା ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତାଙ୍କ ଗିରଫଦାରୀକୁ ବୈଧ ଦର୍ଶାଇଥିଲେ। ଇଡିର ଗିରଫଦାରୀକୁ ବୈଧ ଦର୍ଶାଇ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ କେଜ୍ରିୱାଲ ଏହି ଅପରାଧରେ ଅନ୍ୟମାନଙ୍କ ସହ ମିଶି ଷଡ଼୍‌ଯନ୍ତ୍ର କରିଥିଲେ। ଏସଂପର୍କରେ ଇଡି ପାଖରେ ଠୋସ ପ୍ରମାଣ ରହିଛି।

    ଏହି ରାୟ ପରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କର ଦ୍ୱିତୀୟ ଆବେଦନକୁ ଖାରଜ କରିଛନ୍ତି। ଏହି ଆବେଦନରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସପ୍ତାହରେ ୫ଥର ନିଜ ଓକିଲଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ। ହେଲେ ଏହାକୁ ଗ୍ରହଣ ନକରି ଆବେଦନ ଖାରଜ କରିଛନ୍ତି କୋର୍ଟ। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ସପ୍ତାହରେ ଦୁଇଥର ତାଙ୍କ ଓକିଲଙ୍କୁ ଭେଟୁଛନ୍ତି।

    ଅନ୍ୟପକ୍ଷରେ ହାଇକୋର୍ଟ ଜାମିନ୍ ଆବେଦନ ଖାରଜ କରିବା ପରେ ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତକାଲି ହାଇକୋର୍ଟରେ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କୁହାଯାଇଥିଲା ଯେ, ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଷଡ଼୍‌ଯନ୍ତ୍ର କରିଥିଲେ ଏବଂ ପୂରା ମାମଲାରେ ମୁଖ୍ୟ ସେ ସଂଚାଳକ ଥିଲେ। ଏହି ଅପରାଧରୁ ମିଳିଥିବା ଅର୍ଥକୁ ମଧ୍ୟ ସେ ବ୍ୟବହାର କରିବାରେ ସାମିଲ ଥିବା ନେଇ ବଳିଷ୍ଠ ପ୍ରମାଣ ହାସଲ ହୋଇଥିବାରୁ ଇଡି କେଜ୍ରିୱାଲଙ୍କୁ ମାମଲାର ‘କିଙ୍ଗ୍‌ପିନ୍‌’ ବୋଲି କହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ