Sunday, May 5, 2024
40.1 C
Odisha

    ଏମଏସପି ଗ୍ୟାରେଣ୍ଟି ନେଇ ୫ ବର୍ଷିଆ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ସରକାରଙ୍କ ୫ ବର୍ଷିଆ ପ୍ରସ୍ତାବ। ଚାଷୀ ଅମଳ କରୁଥିବା ୪ ଫସଲ ଉପରେ ୫ ବର୍ଷିଆ ଏମଏସପି ଗ୍ୟାରେଣ୍ଟି ନେଇ ଏକ ଚୁକ୍ତି ପ୍ରସ୍ତାବ ଦେଇଛି କେନ୍ଦ୍ର ସରକାର। ଗତକାଲି ଚଣ୍ଡିଗଡ଼ରେ ବସିଥିବା ବୈଠକରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ନେତା ଆଲୋଚନା କରିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଏ ଆଲୋଚନା । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ୟ ସାମିଲ ହୋଇଥିଲେ। ସରକାର ଦେଇଥିବା ଏହି ପ୍ରସ୍ତାବ ଉପରେ ବିଚାର ଲାଗି ୨ ଦିନ ସମୟ ମାଗିଛନ୍ତି ସଂୟୁକ୍ତ କିଶାନ ମୋର୍ଚ୍ଚା। ୨ ଦିନ ଆଲୋଚନା ପରେ ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ ଏ ନେଇ ସୂଚନା ଦେବ ସଂଯୁକ୍ତ କିଶାନ ମୋର୍ଚ୍ଚା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.1 ° C
    40.1 °
    40.1 °
    12 %
    1.1kmh
    40 %
    Sun
    43 °
    Mon
    44 °
    Tue
    41 °
    Wed
    35 °
    Thu
    41 °

    ସମ୍ବନ୍ଧିତ