Saturday, September 12, 2026
25.6 C
Odisha

    ଲକ୍ଷ୍ମୀ ଯୋଜନା ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ, ମୋ ସରକାରର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ, ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି। ୫ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୭୦୦ଟି ପଞ୍ଚାୟତରେ ୨୦୫ଟି ବସ୍‌ ଚାଲିଲା। ଏହା ଦ୍ୱାରା ୪୪ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ସୁବର୍ଣ୍ଣପୁରର ୧୦୨ଟି ପଞ୍ଚାୟତରେ ୫୮ଟି ବସ୍‌ ଚାଲିଲା ଏବଂ ୫ ଲକ୍ଷ ୭୩ ହଜାର ଲୋକ ଉପକୃତ ହେଲେ । କଟକର ୨୬୧ଟି ପଞ୍ଚାୟତରେ ୪୮ଟି ବସ୍‌ ଚାଲିଲା ଏବଂ ୧୮ ଲକ୍ଷ ୩୭ ହଜାର ଲୋକ ଉପକୃତ ହେଲେ । ଝାରସୁଗୁଡାର ୭୬ଟି ପଞ୍ଚାୟତରେ ୧୬ଟି ବସ୍‌ ଚାଲିଲା ଏବଂ ୫ ଲକ୍ଷ ୬୨ ହଜାର ଲୋକ ଉପକୃତ ହେଲେ । କନ୍ଧମାଳର ୧୬୪ଟି ପଞ୍ଚାୟତରେ ୫୨ଟି ବସ୍‌ ଚାଲିଲା ଏବଂ ୭ ଲକ୍ଷ ୩ ହଜାର ଲୋକ ଉପକୃତ ହେଲେ। ସେହିଭଳି ସମ୍ବଲପୁରର ୯୭ଟି ପଞ୍ଚାୟତରେ ୩୧ଟି ବସ୍‌ ଚାଲିଲା ଏବଂ ୭ ଲକ୍ଷ ୨୮ ହଜାର ଲୋକ ଉପକୃତ ହେଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    92 %
    2.1kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ