Thursday, March 19, 2026
23.2 C
Odisha

    ମହିଳା ଫୁଡ୍ ସେଫ୍‌ଟି ଅଧିକାରୀଙ୍କୁ ତାଲା ପକାଇଲେ ଢ଼ାବା ମାଲିକ

    ଆଗକୁ ପଢନ୍ତୁ

    ଦେବଗଡ: ଢ଼ାବା ଓ ଗ୍ରୋସେରୀ ଦୋକାନରେ ଖାଦ୍ୟ ସାମଗ୍ରୀର ମାନ ଓ ଲାଇସେନ୍ସ ଯାଞ୍ଚବେଳେ ଫୁଡ ସେଫ୍‌ଟି ଅଫିସରଙ୍କୁ ଢ଼ାବା ମାଲିକ ଦୋକାନ ଭିତରେ ତାଲା ପକାଇବା ସହ ଧମକ ଦେଇଥିବା ନେଇ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାରେ କୁଣ୍ଢେଇଗୋଳା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଦେବଗଡ଼ ଜିଲ୍ଲାରେ କାର୍ଯ୍ୟରତ ଫୁଡ ସେଫ୍‌ଟି ଅଫିସର ମଞ୍ଜୁଲତା ହେସ୍ ସୋମବାର ବିଭାଗୀୟ ଏମ୍‌ଟିଏସ ବାସୁଦେବ ବେହେରାଙ୍କ ସହ କୁଣ୍ଢେଇଗୋଳା ଥାନା ଅଧୀନ କରଲଗା ଛକଠାରେ ଥିବା ଅନନ୍ତ ଢ଼ାବାରେ ପହଞ୍ଚି ଖାଦ୍ୟ ଓ ଲାଇସେନ୍ସ ଯାଞ୍ଚ କରିବା ସହ ଢ଼ାବା ସମ୍ମୁଖରେ ଥିବା ଏକ ଗ୍ରୋସେରୀ ଦୋକାନରେ ପହଞ୍ଚି ଦୋକାନୀ ସମ୍ପର୍କରେ ପଚାରିବାରୁ ଏହା ଅନନ୍ତ ଢ଼ାବା ମାଲିକ ଅନନ୍ତ ସାହୁଙ୍କ ବୋଲି ଜାଣିବାକୁ ପାଇଥିଲେ । ସେହିପରି ଦୋକାନରେ ଥିବା ମମ୍‌ଚଏସ କମ୍ପାନୀର ଟମାଟୋ ଓ ଚିଲି ସସ୍‌ର ମାନ ଯାଞ୍ଚ ପାଇଁ ସାମ୍ପୁଲ ସଂଗ୍ରହ କରୁଥିଲେ । ଏହି ସମୟରେ ଢ଼ାବା ମଲିକ ଅନନ୍ତ ସାହୁ ସେଠାରେ ପହଞ୍ଚି ଖାଦ୍ୟ ସୁରକ୍ଷା ଅଧିକାରିଣୀଙ୍କୁ ଦୋକାନ ମଧ୍ୟରେ ତାଲା ଦେଇ ଚାଲି ଯାଇଥିଲେ । କିଛି ସମୟ ପରେ ଅନ୍ୟ ଦୁଇଜଣଙ୍କ ସହ ସେଠାରେ ପହଞ୍ଚି ତାଲା ଖୋଲି ଏରିଆ ଛାଡି ଚାଲିଯିବାକୁ ଧମକ ଦେବା ସହ ଏମଟିଏସ ଶ୍ରୀ ବେହେରାଙ୍କ ଠାରୁ ସାମ୍ପୁଲ ଛଡାଇ ନେଇ ଯାହା କରିବାର ଅଛି କର ବୋଲି କହି ହତ୍ୟା ଧମକ ଦେଇଥିଲେ । ଏନେଇ ଖାଦ୍ୟ ସୁରକ୍ଷା ଅଧିକାରିଣୀ ମଞ୍ଜୁଲତା କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ କୁଣ୍ଢେଇଗୋଳା ଥାନା ପୁଲିସ ପରିବର୍ତ୍ତିତ ଆଇନ ଭାରତୀୟ ନ୍ୟାୟ ସଂହିତାର ଉପରୋକ୍ତ ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    55 %
    2kmh
    97 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ