Monday, September 28, 2026
27.5 C
Odisha

    ଉତ୍ତର ଓଡ଼ିଶାର ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିସନର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉନ୍ନୟନ କମିସନର ଅନୁ ଗର୍ଗ ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ବର ଜିଲ୍ଲା ତଥା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ସଦ୍ୟତମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଉପରମୁଣ୍ଡରେ ବର୍ଷା ଓ ବନ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ଝାରଖଣ୍ଡର ଜଳସଂପଦ ବିଭଗ ସଚିବ ପ୍ରଶାନ୍ତ କୁମାରଙ୍କ ସହିତ କଥା ହୋଇଥିଲେ।

    ସୁବର୍ଣ୍ଣରେଖାର ରାଜଘାଟ ଠାରେ ଜଳସ୍ତର ଗତ ୨ ଘଣ୍ଟା ଧରି ୧୧.୬୦ ମିଟରରେ ସ୍ଥିର ରହିଛି। ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ଜୁଆରିଆ ହେତୁ ଜଳ ନିଷ୍କାସନରେ ବିଳମ୍ବ ଘଟୁଛି। ଗତ ୨ ଦିନରେ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ବାଲେଶ୍ବର ଠାରେ ଅବସ୍ଥାନ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଜଳକା ନଦୀର ଜଳସ୍ତର ବର୍ତମାନ ‘ମଥାନୀ’ ସେତୁ ଠାରେ ଆଜି ଦିନ ୯ ଘଟିକା ସମୟରେ ୬.୬ ମିଟରରେ ଥାଇ ଜଳପତନସ୍ତର ତଳକୁ ଖସୁଥ‌ିବା ଜଣାଯାଇଛି। ତେଣୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଥ‌ିବା ସମୀକ୍ଷାରୁ ଜଣାପଡିଛି।

    ଆଜି ସକାଳ ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୯୧ ଫୁଟ, ରେଙ୍ଗାଲୀର ଜଳସ୍ତର ୧୨୧.୯୮ ମିଟର ଅପର କୋଲାବର ଜଳସ୍ତର ୮୫୬.୯୫ ମିଟର, ବାଲିମେଳାରେ ଜଳସ୍ତର ୧୫୧୨.୫ ଫୁଟ ଏବଂ ଲୋୟର ଇନ୍ଦ୍ରାର ଜଳସ୍ତର ୨୬୪.୨୧ ମିଟର ରହିଥିଲା। ଋଷିକୁଲ୍ୟା ଅବବାହିକାର ଧନେଇ ଡ୍ୟାମକୁ ବାଦ ଦେଇ ଅନ୍ୟ ସମସ୍ତ ୭ଟି ମଧ୍ୟ ମଧ୍ୟମ ଜଳଭଣ୍ଡାରର ଜଳସ୍ତରର ହାରାହାରି ଜଳସ୍ତ ରହିଛି। ଜଳସ୍ତର ୪୩% ସ୍ଥିତି ଅନୁଧ୍ୟାନ କରି ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଅଧୂକାରୀମାନଙ୍କୁ ସଜାଗ ରହିବାକୁ ନି ନିର୍ଦ୍ଦେଶ ଦେବା ସହ ବାଲେଶ୍ବର ଜିଲ୍ଲାର ଯନ୍ତ୍ରୀ ଏବଂ ଅଧ୍ ଅଧୂକାରୀମାନମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ