Wednesday, September 30, 2026
24.7 C
Odisha

    ୧୦୦ ଦିନରେ ବିକାଶ ସମ୍ପୂର୍ଣ୍ଣ ହୋଇନି, କିନ୍ତୁ ବିକାଶ ପାଇଁ ଭିତ୍ତିଭୂମି ପଡ଼ିଛି: ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ପୁରଣ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପଦକ୍ଷେପ ନେଇଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ସରକାର ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିଛନ୍ତି , ରତ୍ନଭଣ୍ଡାର ଖୋଲାଯାଇଛି , ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି, ଜଗନ୍ନାଥଙ୍କ ଭିତ୍ତି ଭୂମି ବିକାଶ ପାଇଁ ପ୍ରଥମ ଥର ପାଇଁ ୫୦୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି ବୋଲି ବିଜେପି ସରକାରଙ୍କ ୧୦୦ ଦିନ ପୂରଣ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି। ୧୦୦ ଦିନରେ ବିକାଶ ସମ୍ପୂର୍ଣ୍ଣ ହୋଇନି, କିନ୍ତୁ ବିକାଶ ପାଇଁ ଭିତ୍ତିଭୂମି ପଡ଼ିଛି ବୋଲି ସେ କହିଛନ୍ତି।
    ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଫଣ୍ଡ ଆବଣ୍ଟନ କରାଯାଇଛି। ୧୦୦ ଦିନରେ ଅନେକ କାମ ହୋଇଛି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମ ଘୋଷଣା ହେବା ପରେ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ, ମିଶି ସେମାନଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରିଥିଲେ। ସରକାର ଲୋକଙ୍କ ସାମ୍ନାକୁ ଆସିଥିଲେ।ଅନେକ ଭରସା ରଖି ଲୋକେ ସରକାର ପରିବର୍ତ୍ତନ କରିଛନ୍ତି। ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପ୍ରତିବଦ୍ଧତା ସରକାରଙ୍କ ବଡ ସଫଳତା। ଲୋକଙ୍କ ସରକାର ବୋଲି ଲୋକଙ୍କ ବିଶ୍ୱାସ ଜନ୍ମିଛି। ଦେଇଥିବା କଥା ଗୋଟି ଗୋଟି କରି ପାଳନ କରାଯାଉଛି।

    ବିଜେପି ସରକାରକୁ ଆସିଲେ ମିଶନ ଶକ୍ତିକୁ ବନ୍ଦ କରାଯିବା ବୋଲି ପୂର୍ବ ସରକାରରେ ଥିବା ଲୋକ କହୁଥିଲେ କିନ୍ତୁ ଏବେ ମିଶନ ଶକ୍ତି ଦୌଡୁଛି। ୧୦୦ ଦିନରେ ବିକାଶ ସମ୍ପୂର୍ଣ୍ଣ ହୋଇନି ସତ କିନ୍ତୁ ବିକାଶ ପାଇଁ ଭିତ୍ତିଭୂମି ପଡ଼ିଛି। ମନ୍ତ୍ରୀ ମଣ୍ଡଳ ସମ୍ପୂର୍ଣ ପ୍ରସ୍ତୁତ ଲୋକଙ୍କ ସେବା ପାଇଁ। ଅନେକ ଯୋଜନା ହୋଇଛି, ଆଗକୁ ବି ହେବ। ଲୋକଙ୍କ ବିଶ୍ୱାସ ଓ ଭରସା ଆବଶ୍ୟକ।

    ସୁଭଦ୍ରା ଦେବେନି ବୋଲି ଅନେକ ଲୋକ କହିଲେ କିନ୍ତୁ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଅର୍ଥ ଦେଲେ, ଯେଉଁମାନେ ପ୍ରଥମ କିସ୍ତି ପାଇ ନାହାଁନ୍ତି ସମସ୍ତଙ୍କୁ ମିଳିବ। ୧ କୋଟିରୁ ଅଧିକ ଲୋକଙ୍କୁ ସୁଭଦ୍ରା ସହ ଯୋଡାଯିବ। ମୋଦୀଙ୍କ ଗ୍ୟାରେଣ୍ଟି ଗୋଟି ଗୋଟି ପୂରଣ ହେବ।

    ବିକାଶ ଲୋକଙ୍କ ଘରକୁ ଯିବ, ଗାଁକୁ ପ୍ରଶାସନିକ ଅଧିକାର ଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ପାଇଁ କେନ୍ଦ୍ର ସରକାରଙ୍କ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀ ଗାଁ କୁ ଯିବେ ମଧ୍ୟସ୍ଥିଙ୍କୁ ବାହାର କରାଯିବ।
    ଲୋକଙ୍କ ପାଖକୁ ସରକାର ସିଧାସଳଖ ଯିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଡବଲ ଇଞ୍ଜିନ ଲାଗିବା ପରେ ରେଳବାଇ କ୍ଷେତ୍ରରେ ୧୦ ହଜାରରୁ ଅଧିକ ଅନୁଦାନ ମିଳିଛି। ସୁନାର ଓଡ଼ିଶା ଗଢ଼ିବା ପାଇଁ ଡବଲ ଇଞ୍ଜିନ ସରକାର କାମ କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ