Tuesday, September 8, 2026
29.4 C
Odisha

    ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ: ୧୦୦ ଦିନର ହିସାବ ଦେଲେ ମୋହନ ସରକାର

    ଆଗକୁ ପଢନ୍ତୁ

    ପୁରୀ: ରାଜ୍ୟରେ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି। କଥାକୁ କାର୍ଯ୍ୟ‌ରେ କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି। ଏନେଇ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜୁନ୍ ୧୨ରେ ସରକାର ଶପଥ ନେଲେ। ୧୩ ଜୁନ୍‌ରେ ଶ୍ରୀମନ୍ଦିରର ଚାରି ଦ୍ବାରା ଖୋଲାଗଲା। ରତ୍ନଭଣ୍ଡାର ଖୋଲି ଗଣତି ମଣତି କରାଯାଇଛି। ରାଜ୍ୟରେ ମହିଳାଙ୍କୁ ସଶକ୍ତ କରାଯିବ। ଲୋକଙ୍କ ପାଖରେ ସରକାରଙ୍କ ଉପଲବ୍ଧି ପହଞ୍ଚାଇବା କାର୍ଯ୍ୟ ଆରମ୍ଭ ହେବ। ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ପୂର୍ବ ସରକାର ଲୋକଙ୍କ ସମସ୍ୟା ଶୁଣୁ ନ ଥିଲେ। ବିଜେପି ସରକାର ଲୋକଙ୍କ ସମସ୍ୟା ଶୁଣୁଛନ୍ତି। ପୂର୍ବ ସରକାର କହା ଅଭିଯୋଗ ଶୁଣୁ ନ ଥିଲେ। ନିଜ ମନଇଛାରେ କାର୍ଯ୍ୟ କରୁଥିଲେ। ମୁଁ ଲୋକଙ୍କ ସମସ୍ୟା ଭୁବନେଶ୍ବରରେ ଶୁଣୁଛି। ଅଭିଯୋଗର ସମାଧାନ ମଧ୍ୟ କରାଯାଉଛି। ଆଗାମୀ ଦିନରେ ରାଜ୍ୟର ସବୁ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ ହେବ।
    ପୂର୍ବ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ମଧ୍ୟ ରାଜନୀତି କରୁଥିଲେ। ସରକାର ସବୁବେଳେ ଲୋକଙ୍କ ମତ ଏବଂ ହିତକୁ ନେଇ କାର୍ଯ୍ୟ କରିବା ଜରୁରୀ। ପୂର୍ବ ସରକାର ଦୁର୍ନୀତି ଅଭିଯୋଗରେ କେବଳ କିରାଣିଙ୍କୁ ଧରୁଥି‌ଲେ। କିନ୍ତୁ ଆମେ ସେଭଳି କରୁନାହୁଁ। ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କୁ ଆମେ ଦଣ୍ଡ ଦେଉଛୁ। ଇତିମଧ୍ୟରେ ୫୮ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫଙ୍କ ମଧ୍ୟରେ ୧୭ ଜଣ କ୍ଲାସ ୱାନ୍‌ ଏବଂ ୭ ଜଣ କ୍ଲାସ୍ ଟୁ ଅଫିସର ଅଛନ୍ତି।

    ଲୋକ ବିରୋଧୀ କାର୍ଯ୍ୟଯୋଗୁ ୨୪ ବର୍ଷ ସରକାରଙ୍କ ପତନ ଘଟିଥିଲା। ଆମେ ଲୋକଙ୍କ ମତ ଏବଂ ହିତକୁ ନେଇ କାର୍ଯ୍ୟ କରୁଛୁ। ମିଛ ପ୍ରତିଶ୍ରୁତି ସମସ୍ୟାର ସମାଧାନ ନୁହେଁ। ଆମେ ଆମର ସମସ୍ତ ପ୍ରତିଶ୍ରୁତି ପାଳନ କରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ