Monday, November 2, 2026
22 C
Odisha

    ବରଗଡରେ କଂସ ରାଜୁତି

    ଆଗକୁ ପଢନ୍ତୁ

    ବରଗଡ: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ସମାରୋହରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ମନିଷା ବାନାର୍ଜୀ, ଏସପି ପ୍ରହଲ୍ଲାଦ ମୀନା, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ସୁରେଶ୍ୱର ଶତପଥୀ, ଗୁଣନିଧି ଦାଶ, ପ୍ରମୁଖ ଉପସ୍ଥିତ ଥିଲେ। ଆଜିଠୁ ବରଗଡ଼ ସହର ପାଲଟି ଯାଇଛି ମଥୁରା ନଗରୀ ଆଉ ଅମ୍ବାପାଲି ପାଲଟିଛି ଗୋପପୁର। ଆଗାମୀ ୧୧ ଦିନ ଧରି ପୌରଣିକ କଥା ବସ୍ତୁକୁ ନେଇ ଏହି ବିରାଟ ଧନୁଯାତ୍ରା ମସୋତ୍ସବ ଅନୁଷ୍ଠିତ ହେବ। ଏଠାକାର ପ୍ରତ୍ୟେକ ନାଗରିକ ତଥା ବାହାରୁ ଆସୁଥିବା ଲୋକମାନେ ଜଣେଜଣେ କଳାକାର। ଆଗାମୀ ୧୧ ଦିନ ଧରି ଚାଲିବା ଏହି ଯାତ୍ରାରେ ସମସ୍ତ ଜନ ସାଧାରଣ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏସପି କହିଥିଲେ। ଲକ୍ଷାଧିକ ଲୋକଙ୍କ ସମାଗମକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22 ° C
    22 °
    22 °
    89 %
    1.1kmh
    100 %
    Mon
    22 °
    Tue
    27 °
    Wed
    26 °
    Thu
    25 °
    Fri
    27 °

    ସମ୍ବନ୍ଧିତ