Thursday, September 17, 2026
30.6 C
Odisha

    ଚାଷୀଙ୍କ ପାଖରେ ପହଞ୍ଚିବ ଆଗୁଆ ପାଣିପାଗ ସୂଚନା; ଆଞ୍ଚଳିକ ଭାଷାରେ ମିଳିବ ଖବର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଜ ନିଜ ଭାଷାରେ ପାଇପାରିବେ ପାଣିପାଗ ଖବର । ଏନେଇ ପଞ୍ଚାୟତ ମୌସମ ସେବା ‘PMS’ ଆପର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଜଗଦିପ ଧନକଡ ଭାରତୀୟ ପାଣିପାଗ ବିଭାଗ (IMD)ର ୧୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହାକୁ ଉଦଘାଟନ କରାଯାଇଛି। ଏହି ସେବା ଓଡ଼ିଆ ସମେତ ୧୨ ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ । ଆପ ଜରିଆରେ ତାପମାତ୍ରା, ଆର୍ଦ୍ରତା ଏବଂ ପବନର ଗତି ସମ୍ପର୍କରେ ପ୍ରାକ୍ ସୂଚନା ପାଇ ପାରିବେ ଚାଷୀ । କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ଏହି ସେବା ଫଳପ୍ରଦ ହେବ ବୋଲି IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଦେଢଶହ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପାଣିପାଗ ଖବର ଦେଉଛି ବିଭାଗ । ସମୟ ଗଡିବା ସହ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର ହେଉଛି । କୋଲ୍ଡୋଓ୍ବେଭ୍ ଏବଂ ହିଟଓ୍ବେଭ ରେ ୮୮ ପ୍ରତିଶତ ଆକଳନ ସତ ହେଉଛି । ବଜ୍ରପାତରେ ୮୬ ପ୍ରତିଶତ ଆକଳନ ସତ ହେଉଥିବା ବେଳେ ନାଓକାଷ୍ଟରେ ୮୦ ପ୍ରତିଶତ ସଫଳତା ମିଳୁଛି । ବାତ୍ୟା ଲ୍ୟାଣ୍ଡଫଲ ରେ ୧୦୦ ପ୍ରତିଶତ ଆକଳନ କରାଯାଇପାରୁଥିବା ବିଭାଗ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ