Friday, August 21, 2026
29.1 C
Odisha

    ମେଣ୍ଟ ନେଇ ମନମୋହନଙ୍କ ପୋଷ୍ଟ, ରିପୋଷ୍ଟ କଲେ ଧର୍ମେନ୍ଦ୍ର

    ଆଗକୁ ପଢନ୍ତୁ

    ମେଣ୍ଟକୁ ନେଇ ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚା ଏକ ପ୍ରକାର ଫର୍ଚ୍ଚା ହୋଇଛି । ବିଜେପି-ବିଜେଡି ଭିତରେ ମେଣ୍ଟ ହେବା ନେଇ ଯେଉଁ ଆଲୋଚନା ହେଉଥିଲା ତାହା ଏକ ପ୍ରକାରର ମଉଳିବାକୁ ବସିଛି ଏବଂ ଯେଉଁ ଦ୍ୱନ୍ଦ୍ୱ ଗଣମାଧ୍ୟମରେ ଉଠୁଥିଲା, ରାଜନୈତିକ ମହଲରେ ଗୁଞ୍ଜରଣ ହେଉଥିଲା ତାହା ଏକ ପ୍ରକାର ଦୂରୀଭୂତ ହୋଇଛି । ମନମୋହନଙ୍କ ସୋସିଆଲ ମିଡିଆ ପୋଷ୍ଟ ମେଣ୍ଟ ଉପରେ ହେଉଥିବା ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି । ଖାଲି ସେତିକି ନୁହେଁ ମେଣ୍ଟ ଆଶା ମଉଳିବାର ସଂକେତ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମନମୋହନଙ୍କ ପୋଷ୍ଟକୁ ରିପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର । ଓଡିଶାରେ ବିଜେପି ଏକାକୀ ଲଢିବା ନେଇ ମନମୋହନ ଯେଉଁ ପୋଷ୍ଟ କରିଛନ୍ତି ତାକୁ ରିପୋଷ୍ଟ କରି ଧର୍ମେନ୍ଦ୍ର ବୋଧେ ଏହା ଇସାରା ଦେବାକୁ ଚାହିଁଛନ୍ତି କି ବିଜେଡି ସହ ଆଉ ମେଣ୍ଟ ହେବାର ନାହିଁ ଏବଂ ବିଜେପିର ଏକାକୀ ଲଢିବାର ଏହି ନିଷ୍ପତ୍ତି କାୟମ ରହିବ ।
    ତେବେ ଓଡିଶାରେ ବିଜେପି-ବିଜେଡି ଏକାଠି ନା ଏକାକୀ ଲଢିବା ନେଇ ଯେଉଁ ସସପେନ୍ସ ଲାଗିରହିଥିଲା ସେଥିରୁ ପରଦା ହଟାଇଛି ମନମୋହନଙ୍କ ପୋଷ୍ଟ । ମନମୋହନ ଲେଖିଛନ୍ତି- “ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ୟ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ ।

    କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ ।

    ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.1 ° C
    29.1 °
    29.1 °
    77 %
    3.6kmh
    99 %
    Fri
    30 °
    Sat
    27 °
    Sun
    28 °
    Mon
    27 °
    Tue
    28 °

    ସମ୍ବନ୍ଧିତ