Saturday, March 21, 2026
27.7 C
Odisha

    ଧଉଳି ଏକ ସାଧାରଣ ପାହାଡ଼ ନୁହେଁ, କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ଧଉଳି: ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଏକ ମୁଖ୍ୟ ଅଂଶ ହେଉଛି ଧଉଳି ଶାନ୍ତିସ୍ତୁପ, ଯାହାକି ଆଜି ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା କେବଳ ଏକ ସାଧାରଣ ପାହାଡ଼ ନୁହେଁ। ବରଂ ଓଡ଼ିଶା ଇତିହାସକୁ ଧରି ରଖିଥିବା ଏହି ପାହାଡ଼ ହେଉଛି କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। କଳିଙ୍ଗ ନିପୋନ ବୁଦ୍ଧ ସଙ୍ଗଠନ ତରଫରୁ ଆୟୋଜିତ ଧଉଳି ଶାନ୍ତିସ୍ତୁପର ୫୨ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି ଯେ, କଳିଙ୍ଗର ବୀର ସନ୍ତାନ ମାନଙ୍କର ସାହସ, ସାମର୍ଥ୍ୟ ଏବଂ ଶୌର୍ଯ୍ୟର ପ୍ରତୀକ ହେଉଛି ଏ ଧର୍ମଭୂମି ଧଉଳି। ଓଡ଼ିଆ ଅସ୍ମିତା ଏବଂ ସ୍ଵାଭିମାନକୁ ସୁରକ୍ଷା ଦେବାକୁ ଯାଇ ଏଇଠି ହିଁ ପ୍ରାଣବଳି ଦେଇଥିଲେ ଆମ ମାଟିର ମହାନ ଯୋଦ୍ଧାମାନେ। ଦୟା ନଦୀର ଧାରେ ଧାରେ ଗର୍ବର ସହ ଗୁଣୁ ଗୁଣୁ ହେଉଛି ଓଡ଼ିଆ ପରାକ୍ରମର ବିଜୟ ଗାଥା।
    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଶାନ୍ତି ଏବଂ ମୈତ୍ରୀର ବାର୍ତ୍ତା ଦ୍ଵାରା ବିଶ୍ଵ ବନ୍ଧୁ ଭାବେ ଆଜି ଭାରତ ବିଶ୍ଵରେ ନିଜର ପ୍ରସିଦ୍ଧି ଲାଭ କରିଛି। ବିଶ୍ଵରେ ଯୁଦ୍ଧ ବଦଳରେ ଶାନ୍ତି ପ୍ରତିଷ୍ଠା କରିବା ସହ ଅନେକ ବଡ ସମସ୍ଯାର ସମାଧାନ ସମ୍ଭବ ହୋଇଛି। ଏହି ଐତିହ୍ୟ ସ୍ଥଳର ଉନ୍ନତୀକରଣ ଏବଂ ବିକଶିତ କରିବା ପାଇଁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି। ଯଦ୍ୱାରା ଏହା ବିଶ୍ଵର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶରେ ନିଶ୍ଚୟ ସହାୟକ ହେବ।

    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଧଉଳି ଗସ୍ତ ଅବସରରେ ଆଇନ୍‌ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂହ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି, ଭୁବନେଶ୍ବର (ମଧ୍ୟ) ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ